ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା - ମହୁଲନାଳୀ ରାସ୍ତାକଡ଼ ଜମିରୁ ଆଜି ସକାଳେ ବାରକୋଟ ଯୁକ୍ତ ୨ ମହାବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ପିଅନ ରେଙ୍ଗାଳବାହାଳର ମିଲୁ ଚରଣ ବେହେରା(୪୭)। ପରିବାରଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମିଲୁ ଗତକାଲି ରାତିରେ ବାଲିରୋଇ ସ୍ଥିତ ନିଜ ଘରୁ ରେଙ୍ଗାଳବାହାଳ ଗ୍ରାମରେ ରହୁଥିବା ନିଜ ପରିବାର ପାଖକୁ ବାହାରିଥିଲେ ମଧ୍ୟ ଆଜି ସକାଳ ପର୍ଯ୍ୟନ୍ତ ପହଞ୍ଚିନଥିଲେ। ହେଲେ ଆଜି ସକାଳେ ସ୍ଥାନୀୟ ଲୋକେ ଜମିରେ ତାଙ୍କ ମୃତଶରୀର ପଡ଼ିରହିଥିବା ଦେଖି ବାରକୋଟ ଥାନାକୁ ଖବର ଦେଇଥିଲେ। ସୂଚନାପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମିଲୁଙ୍କ ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/a08dee75-27e3-4457-ad5d-65e82eed89fc.jpeg)