ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଅନ

କଟକ : ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଖୋଲିବା ପାଇଁ ଆବେଦନ ପତ୍ରକୁ ଡ୍ରଗ୍ସ ନିୟନ୍ତ୍ରକଙ୍କ ପାଖକୁ ପଠାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ। ବିଶ୍ବଜିତ ସାହୁ। ଶ୍ରୀ ସାହୁ ଡ୍ରଗ୍ସ ନିୟନ୍ତ୍ରକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ। ସୂଚନାନୁଯାୟୀ, କେଶରପୁର କେନାଲ ରୋଡର ବି.ପାର୍ଥସାରଥୀ ନାଗବଳିଠାରେ ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଚାହୁଁଥିଲେ। ଏଥିପାଇଁ ଡ୍ରଗ୍ସ ନିୟନ୍ତ୍ରକଙ୍କ ପାଖକୁ ଆବେଦନ କରିଥିଲେ। କିନ୍ତୁ ଆବେଦନପତ୍ରକୁ ଡ୍ରଗ୍ସ ନିୟନ୍ତ୍ରକଙ୍କ ପାଖକୁ ପଠାଇବାକୁ ଅଭିଯୁକ୍ତ ୧୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଏହାକୁ ଦେବା ପାଇଁ ପାର୍ଥସାରଥୀ ଅସହାୟତା ପ୍ରକାଶ କରିଥିଲେ। କିନ୍ତୁ ଲାଞ୍ଚ ନ ଦେବା ଯାଏଁ ଆବେଦନପତ୍ର ଆଗକୁ ଯାଇପାରିବନି ବୋଲି କୁହାଯିବାରୁ ପାର୍ଥସାରଥି ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପରେ କଟକ ଭିଜିଲାନ୍ସ ସେଲ୍‌ ଡିଭିଜନ୍‌ ପକ୍ଷରୁ ଯୋଜନା ମୁତାବକ ଅଭିଯୁକ୍ତ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପ୍ରମାଣ ସହ ଭିଜିଲାନ୍ସ ଶ୍ରୀ ସାହୁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଏ ସ˚କ୍ରାନ୍ତରେ ଭିଜିଲାନ୍ସ ସେଲ୍‌ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର