ମୋହନା: ଆର୍. ଉଦୟଗିରିର ଗ୍ରାମୀଣ ଜଳ ଯୋଗଣ ଏବଂ ପରିମଳ (ଆରଡବ୍ଲୁଏସଏସ) ବିଭାଗୀୟ ଯନ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପାଣି ବଦଳରେ ପିଅନ ତାଙ୍କୁ ପରିସ୍ରା ପିଆଇ ଦେଇଥିବା ଯନ୍ତ୍ରୀ ଅଭିଯୋଗ କରିଛନ୍ତି।
ଆର୍. ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଗତ ଜୁଲାଇ ୨୩ ତାରିଖ ରାତିରେ ପିଅନ ପାଣି ବଦଳରେ ତାଙ୍କୁ ପରିସ୍ରା ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଯନ୍ତ୍ରୀ ଜଣକ ଜାଣି ନ ପାରି ପରିସ୍ରା ପିଇ ଦେବାରୁ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଏନେଇ ଥାନାରେ ଯନ୍ତ୍ରୀ ଅଭିଯୋଗ କରିଛନ୍ତି।
Gajapati | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/31/peon-makes-engineer-drink-urine-2025-07-31-15-03-53.jpg)