ଭଦ୍ରକ ଅଗ୍ନିକାଣ୍ଡ ଘଟଣା: ନ୍ୟାୟ ଦେବା ବଦଳରେ ଯୁବକଙ୍କୁ କୋର୍ଟ ଚାଲାଣ, ବିିରୋଧରେ ପରିବାର ଲୋକଙ୍କ ଧାରଣା 

ଭଦ୍ରକ: ଭଦ୍ରକ ଜିଲ୍ଲା ଗବସାହି ଠାରେ ଗତ କିଛିଦିନ ତଳେ କୌଣସି କାରଣରୁ ଏକ ପରିବାରର ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପୁଲିସ ସନ୍ଦେହରେ ଜଣେ ଯୁବକଙ୍କୁ ପ୍ରଥମେ ଅଟକ ରଖିଥିଲା। ପରେ ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଅଗ୍ନିକାଣ୍ଡ ନେଇ ୨ଟି ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି। ଆଜକୁ ୧୫ ଦିନ ହେବ ପୁଲିସ ଅଗ୍ନିକାଣ୍ଡର ସାମ୍ନା କରିଥିବା ପରିବାରକୁ ଏବେ ପର୍ଯ୍ୟନ୍ତ ନ୍ୟାୟ ଦେବା ବଦଳରେ, ପରିବାରର ତାଙ୍କ ପୁତ୍ରକୁ ପୁଲିସ ଥାନକୁ ଡ଼କାଇ ପରିବାରକୁ କିଛି ନ ଜଣାଇ ତାକୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ କରିଛନ୍ତି ପାରିବାର ସଦସ୍ୟା।

ତେବେ କେଉଁ କାରଣରୁ ପୁଲିସ ତାଙ୍କ ପୁତ୍ରକୁ କୋର୍ଟ ଚାଲାଣ କରିଛି, ପରିବାର ଲୋକେ ଆସି ନ୍ୟାୟ ପାଇଁ ଏସପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ପରେ ଟାଉନ୍ ପୁଲିସ ପହଞ୍ଚି ବୁଝା ସୁଝା କରିଥିଲେ। ଦେଖା ଯାଉ ପୁଲିସ କେବେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଇ ଘଟଣା ନେଇ ପରିବାର ଲୋକେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର