ତିନି ଜିଲ୍ଲାବାସୀଙ୍କୁ ସତର୍କ ସୂଚନା; ପାଣିପାଗ ଉପରେ ନଜର ରଖିନ୍ତୁ, ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନ ବାଛନ୍ତୁ

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ରାଜ୍ୟର ୩ଟି ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି। ସତର୍କ ସୂଚନା ଦିଆଯାଇଥିବା ଜିଲ୍ଲାଗୁଡ଼ିକ ହେଲା କଟକ ସହର ସମେତ କଟକ ଜିଲ୍ଲା, ଖୋର୍ଦ୍ଧା ଓ ଜଗତସିଂହପୁର। ଲୋକମାନେ ଘରୁ ବାହାରକୁ ଯାଉଥିଲେ ପାଣିପାଗ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍‌ଣ ୩ଟା ୪୫ରେ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ ରାଜ୍ୟର କିଛି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମଧରଣର କାଳବୈଶାଖୀ ଅନୁଭୂତ ହେବାର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟା ପିଛା ପବନର ବେଗ ୪୦ରୁ ୫୦ କିମି ରହିପାରେ। କଟକ ସହର ସମେତ କଟକ ଜିଲ୍ଲା, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି କାଳବୈଶାଖୀ ହୋଇପାରେ। ତେଣୁ ପାଗ ଖରାପ ରହିବାକୁ ଥିବାରୁ ଏହି ୩ ଜିଲ୍ଲାର ଲୋକମାାନେ ସତର୍କତାର ସହିତ ବାହାରକୁ ଯାଆନ୍ତୁ। ପାଣିପାଗ ଉପରେ ଅବଗତ ରହି ବଜ୍ରାଘାତରୁ ବର୍ତ୍ତିବା ପାଇଁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ।

ସମ୍ବନ୍ଧିତ ଖବର