କଳାପଲସରରେ ଲୁଟୁଥିବା ଜଣେ ଦୁର୍ବୃତ୍ତକୁ କାବୁ କଲେ ଲୋକେ

କେସିଙ୍ଗା: କଳା ପଲସରରେ ଆସି ଟଙ୍କା ଝାମ୍ପି ନେଉଥିବା ଜଣେ ଲୁଟେରାକୁ କେସିଙ୍ଗା ଅଞ୍ଚଳବାସୀ କାବୁ କରିଛନ୍ତି। ହେଲେ ଅନ୍ୟ ଜଣେ ଲୁଟେରା ଫେରାର ହୋଇଯାଇଛି। ପ୍ରକାଶ ଯେ, କେସିଙ୍ଗା ଥାନା ଉତ୍କେଲାର ଟେଣ୍ଟ ମାଲିକ ତାଙ୍କ ଦୁଇଝିଅଙ୍କ ଏସ୍‌ବିଆଇ ଜମାଖାତାରୁ ଗୁରୁବାର ୯୮ହଜାର ଟଙ୍କା ଉଠାଇ ବାଇକରେ ଦୁଇ ଝିଅଙ୍କ ସହ ଯାଉଥିଲେ। ରିଲାଏନ୍ସ ଟାୱାର ନିକଟରେ ଦୁଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍‌ ଲୁଟି ଫେରାର ହୋଇ ଯାଉଥିଲେ। ହେଲେ ଜଣେ ଲୁଟେରା ଲୁଟି ନେବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଟଙ୍କା ବ୍ୟାଗ୍‌ ସହ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ ମାଡ଼ି ବସିଥିବା ବେଳେ ଅନ୍ୟ ଲୁଟେରା ଜଣକ ଘଟଣାସ୍ଥଳରୁ ବାଇକରେ ଫେରାର୍‌ ହୋଇଯାଇଥିଲା।

ଖବର ପାଇ ପୁଲିସ ପହଞ୍ଚି ଧରାପଡ଼ିଥିବା ଆସ୍କା ଅଞ୍ଚଳର ଏସ୍‌. ଶ୍ରୀକାନ୍ତକୁ ଗିରଫ କରିଛି। ଏହି ଦୁର୍ବୃତ୍ତ ହିଁ ୨୦୧୯ ଡିସେମ୍ବର ୨୩ରେ ଉତ୍କେଲାର ଜଣେ ବ୍ୟବସାୟୀ ରୂପଚନ୍ଦ ଜୈନଙ୍କ ଠାରୁ ସମାନ ସ୍ଥାନରେ ଲୁଟି ନେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ରୂପଚନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର