ଢେଙ୍କାନାଳ:କାହା ସ୍ବାର୍ଥରେ ବିୟର୍ ଫାକ୍ଟ୍ରି ହେଉଛି? କେଉଁ ନିର୍ଦ୍ଦେଶ ବଳରେ ଗଛ କଟାଗଲା? କିଏ ଦେଲା ନିର୍ଦ୍ଦେଶ? କାହାକୁ କରିବେ ଦୋଷୀ? ପ୍ରକୃତ ଦୋଷୀକୁ ଘଣ୍ଟ ଘୋଡ଼ାଇବାକୁ ଚକ୍ରାନ୍ତ କାହା ସ୍ବାର୍ଥରେ? ପୁନର୍ବାର ବନୀକରଣ କରାଗଲେ ଏପରି ମୂଲ୍ୟବାନ ଗଛ ଆସନ୍ତା ୧୦୦ ବର୍ଷ ମଧ୍ୟରେ ହୋଇପାରିବ କି? ଏହିସବୁ ପ୍ରଶ୍ନବାଣରେ ଆଜି ଉତ୍ତର ଓ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ଡି.ଭି. ସ୍ବାମୀଙ୍କୁ ଛନ୍ଦି ପକାଇଛନ୍ତି ବଳାରାମପୁର ଗାଁର ଲୋକମାନେ। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ବଳରାମପୁର ଝିଙ୍କ ରଗଡ଼ି ଜଙ୍ଗଲରେ ବ୍ୟାପକ ଗଛକଟାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ଓ ରାଜନୈତିକ ତମ୍ବିତୋଫାନ୍ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଛ କଟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରସ୍ତାବିତ ବିୟର୍ ଫାକ୍ଟ୍ରୀକୁ ବାତିଲ୍ କରିଦେଇଥିଲେ। ତେବେ, ତଦନ୍ତ ନିର୍ଦ୍ଦେଶ ପରେ ଆର୍ଡିସି ଶ୍ରୀ ସ୍ବାମୀ ଆଜି ଓଡ଼ାପଡ଼ା ତହସିଲ୍ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ। ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଏବ˚ ଏସ୍ପି ସନ୍ତୋଷ ନାୟକ ଉପସ୍ଥିତ ଥିଲେ। ଏହାପରେ, ଆର୍ଡିସି ବିୟର ଫାକ୍ଟ୍ରୀ ପାଇଁ ପ୍ରସ୍ତାବିତ ବଳରାମପୁର ଝିଙ୍କ ରଗଡ଼ି ଜଙ୍ଗଲକୁ ଯାଇ ବୁଲି ଦେଖିଥିଲେ। ସେଠାରୁ ସେ ବଳରାମପୁର ଗାଁକୁ ଯାଇ ଅଞ୍ଚଳବାସୀ, ଆଞ୍ଚଳିକ ସୁରକ୍ଷା ଓ ବିକାଶ ମଞ୍ଚ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଲୋକମାନେ ଉପରୋକ୍ତ ପ୍ରଶ୍ନ ପଚାରିଥିଲେ। ତେବେ, ବନୀକରଣ କରାଯିବା ସହ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ପଦକ୍ଷେପ ଗ୍ରହଣ କରାଯିବ’ ବୋଲି ଆର୍ଡିସି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ, ଗ୍ରାମବାସୀଙ୍କର ଜଙ୍ଗଲ ପ୍ରତି ଥିବା ମମତା ଦେଖି ସେ ଅଭିଭୂତ ବୋଲି ଆର୍ଡିସି ଶ୍ରୀ ସ୍ବାମୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଆର୍ଡିସିଙ୍କୁ ପ୍ରଶ୍ନବାଣରେ ଛନ୍ଦି ପକାଇଲେ ଲୋକେ, ବିୟର୍ ଫାକ୍ଟ୍ରି ପାଇଁ ଗଛକଟା ଘଟଣା
/sambad/media/post_attachments/wp-content/uploads/2018/11/Untitled-6-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)