ଯୁବକକୁ ଗଛରେ ବାନ୍ଧି ପିଟିଲେ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟ ଚିଆଁଣିପାଇ ଗାଁ ରେଳ ଧାରଣା କଡ଼ରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରୁଥିବା ଜଣେ ଯୁବକକୁ ଗ୍ରାମବାସୀ ଧରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଅଭିଯୁକ୍ତ ଜଣେ ଶ୍ରମିକ। ତା’ ଘର ବାସୁଦେବପୁର ବ୍ଲକ ଚାନ୍ଦିମାଳ ଗାଁରେ। ଭଦ୍ରକ-ଧାମରା ରେଳ ଲାଇନ୍‌ରେ ସେ ଅନ୍ୟମାନଙ୍କ ସହ କାମ କରୁଥିଲା। ଧାମରା ବନ୍ଦର ଅଞ୍ଚଳରେ ବୁଲୁଥିବା ଜଣେ ଭିନ୍ନକ୍ଷମ ଯୁବତୀକୁ ସେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଏହି ଘଟଣା ଗ୍ରାମର କେତେକ ମହିଳାଙ୍କ ନଜରରେ ପଡ଼ିଥିଲା। ସେମାନେ ଡାକ ପକାଇବାରୁ ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ଏକ ଗଛରେ ବାନ୍ଧି ଦେଇଥିଲେ।

ସମ୍ବନ୍ଧିତ ଖବର