ଯୁବକଙ୍କୁ ହତ୍ୟା ସନ୍ଦେହ: ତଦନ୍ତ ଦାବିରେ ରାସ୍ତା ଅବରୋଧ

ଗୋପ : ସକାଳ ପ୍ରାୟ ୮ଟା ସମୟରେ ଗୋପ ବ୍ଲକ୍‌ ଅନ୍ତର୍ଗତ ବଣିଆସାହି ପଂଚାୟତ ଇଂଚଳ ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା(୨୮)ଙ୍କ ଗଳିତ ଶବକୁ ନାଗପୁର ବଜାର ନିିକଟ ଏକ ପୋଖରୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଯାଇଛି। ଏହାର ତଦନ୍ତ ଦାବିରେ ଉତ୍ତ୍ୟକ୍ତ ଲୋକେ ଗୋପ-ବାଲିଘାଇ ରାସ୍ତାକୁ ଅବରୋଧ କରିଥିଲେ।

ଘଟଣାରୁ ପ୍ରକାଶ ଯେ, ବଣିଆସାହି ପଂଚାୟତର ଇଂଚଳ ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା ଓ ପୀତାପଡ଼ାର ସୁଶୀଳ ପ୍ରଧାନ(୩୦) ଗତ ଗୁରୁବାର ସଂଧ୍ୟାରେ ଗୋପରୁ ଘରକୁ ଫେରୁଥିବା ବେଳେ ନାଗପୁର ବଜାରର ନିକଟରେ ଏକ ଧାନକଟା ମେସିନ୍‌ ଓଭରଟେକ୍‌ କରିବା ବେଳେ ମେସିନ ଡ୍ରାଇଭର ଏବଂ କିଛି ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା । ସ୍ଥାନୀୟ ଲୋକେ ଦୁହିଙ୍କୁ ବୁଝାସୁଝା କରାଇ ଘଟଣାର ମୀମାଂସା କରିଥିଲେ । ଶୁକ୍ରବାର ସୁଶୀଳ ତାଙ୍କ ଘରେ କୃଷ୍ଣଙ୍କ ବାଇକ୍‌କୁ ପରିବାର ଲୋକଙ୍କ ଜିମା ଦେଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ନପାଇବାରେ ଗୋପ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଗୋପ ଥାନାର ଏଏସ୍‌ଆଇ ଶମ୍ଭୁନାଥ ନାୟକ ଘଟଣାସ୍ଥଳକୁ ଆସି କିଛି ବ୍ୟକ୍ତିଙ୍କ ସହିତ ଆଲୋଚନା କରିଥିଲେ । ହଠାତ୍‌ ଆଜି ସକାଳେ ନାଗପୁର ବଜାରର କିଛି ବ୍ୟକ୍ତି ଏକ ଶବ ପୋଖରୀରେ ଭାସୁଥିବା ଦେଖିଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପଂହଚି କୃଷ୍ଣଙ୍କୁ ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର