ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଲୋକେ, ସନ୍ଧ୍ୟା ହେବାରୁ ଭୁବନେଶ୍ୱରରେ ଫୁଟିଲା ବାଣ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଲୋକେ ମାନି ନାହାନ୍ତି। ରାଜଧାନୀ ଭୁବନେଶ୍ୱରରେ ଲୋକେ ସନ୍ଧ୍ୟା ନଇଁବା ପରେ ଯୁବପୀଢ଼ି ବାଣ ଫୁଟାଇବା ଆରମ୍ଭ କରି ଦେଇଛନ୍ତି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଦିନ ତଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଦୀପାବଳି ଦିନ ଲୋକେ କେବଳ ୨ ଘଣ୍ଟା ବାଣ ଫୁଟାଇ ପାରିବେ। ଏଥି ପାଇଁ ସୁପ୍ରିମକୋର୍ଟ ରାତି ୮ଟାରୁ ୧୦ ମଧ୍ୟରେ କେବଳ ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେର୍ଶ ଦେଇଥିଲେ, ଯାହାକି ରାଜଧାନୀର ଲୋକେ ମାନି ନାହାନ୍ତି।

ରାଜଧାନୀରେ ପୂର୍ବ ବର୍ଷ ଭଳି ଏଥର ବି ବାଣ ଫୁଟୁଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କହିଥିଲେ ଯେ, ଦୀପାବଳିରେ ପ୍ରଦୂଷଣକାରୀ ଓ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ବିକ୍ରି କିମ୍ବା ଫୁଟାଇ ଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶନରେ କମିସନରେଟ ପକ୍ଷରୁ ପେଟ୍ରୋଲିଂ ଓ ସତର୍କ ସୂଚନା ଜାରି କରାଯାଇଥିଲେ ମଧ୍ୟ ଯୁବ ପୀଢ଼ି ମାନ ନାହାନ୍ତି।

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି

ଦୀପାବଳିରେ ସମ୍ଭାବିତ ଦୁର୍ଘଟଣା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏକ ସ୍ୱତନ୍ତ୍ର ରୁମରେ ୧୨ଟି ଶର୍ଯ୍ୟା ବ୍ୟବସ୍ଥା କରାଯାଇଥିବା ବେଳେ ଅଘଟଣକୁ ଏଡେଇବା ପାଇଁ ଅଗ୍ନିଶମ ବିଭାଗର ୮ଟି ଟିମ୍‌ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର