ରାଣୀତାଲ: ଓଡିଶା-ପଶ୍ଚିମବଙ୍ଗ ସୀମାରେ ଜାଗା ଜାଗାରେ ଜଗିଛି ପୁଲିସ । ହେଲେ ସୀମା ଦେଇ ବେଧଡକ ଯାତ୍ରୀ ଯା ଆସ କରୁଛନ୍ତି । ପଶ୍ଚିମବଙ୍ଗରୁ ଓଡିଶାକୁ ଲୋକେ କେମିତି ପ୍ରବେଶ କରୁଛନ୍ତି ତାହା ଆଜି ଜଣାପଡିଛି | କଣ୍ଟେନରରେ ଭର୍ତ୍ତି ହୋଇ ଓଡିଶାରେ ପଶୁଛନ୍ତି । ଜଣେ କି ଦୁଇଜଣ ନୁହଁ, କଣ୍ଟେନରରେ ଆସୁଛନ୍ତି ୧୦ରୁ ଅଧିକ ଯାତ୍ରୀ । ଆଜି ରାଣୀତାଲ ଛକରେ କଣ୍ଟେନରକୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଂଚଳର ଲୋକେ ସନ୍ଦେହରେ କଣ୍ଟେନରକୁ ଅଟକ ରଖିଥିଲେ । ଏହା ପରେ ପୁଲିସକୁ ଖବର ଦେଇଥିଲେ । ତେବେ ପୁଲିସ ଆସିବା ପୂର୍ବରୁ କଣ୍ଟେନର ଭିତରୁ ଲୋକେ ଚମ୍ପଟ ମାରିଥିଲେ । ଖାଲି ସେତିକି ନୁହେଁ କଣ୍ଟେନର ଗାଡିକୁ ବି ଦ୍ରୁତ ଗତିରେ ନେଇ ପଳାଇଥିଲେ ଡ୍ରାଇଭର ।
/sambad/media/post_attachments/wp-content/uploads/2020/04/e100d207-5ed4-4da8-8f67-d123f7476535.jpg)
କଣ୍ଟେନରଟି ହରିଆଣାରୁ ପଶ୍ଚିମବଙ୍ଗ ଦେଇ ଓଡିଶାରେ ପଶିଛି । ଏହାରି ଭିତରେ ଓଡିଶା-ପଶ୍ଟିମବଙ୍ଗ ସୀମାନ୍ତ ଲଷ୍ମଣନାଥ ତନଖି ଫାଟକ ରହିଛି ଏବଂ ଓଡିଶା ସୀମାନ୍ତ ବାଲେଶ୍ୱର ଖନ୍ତାପଡା ପାଖରେ ରହିଛି ଶେରଗଡ ଟୋଲଗେଟ୍ । ଉଭୟ ସ୍ଥାନରେ ପୁଲିସର କଡା ଚେକିଂ ବ୍ୟବସ୍ଥା ରହିଛି । ଗାଡି ଗୁଡିକୁ ତନ୍ନତନ୍ନ କରି ଯାଂଚ କରାଯାଉଛି । ଏଭଳି ସ୍ଥିତିରେ ମଣିଷ ବୋହି ଏହି କଣ୍ଟେନର କେମିତି ପଶ୍ଚିମବଙ୍ଗ ସୀମା ଡେଇଁ ଓଡିଶାରେ ପଶିଲା ତାହା ବଡ ପ୍ରଶ୍ନ ।
ଦୁଇ ଦିନ ତଳେ ପୁଲିସ ଡିଜି ଅଭୟ, ବାଲେଶ୍ୱର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ପ୍ରବାସୀ ଓଡିଆ ଯେମିତି ଓଡିଶାରେ ନ ପଶିପାରିବେ ସେନେଇ ବାଲେଶ୍ୱର ଓ ଭଦ୍ରକ ଏସପିଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଥିଲେ । ଏହାପରେ ସୀମା ସିଲ୍ କରାଯାଇ ଯାଂଚ କଡାକଡି କରାଯାଉଛି । ତଥାପି ଲକଡାଉନ ଏବଂ ସରକାରୀ କଟକଣାକୁ ଖାତିର ନକରି ଲୋକମାନେ ଲୁଚିକି କଂଟେନର ଭିତରେ ବିପଦପୂର୍ଣ୍ଣ ଅବସ୍ଥାରେ ଓଡିଶାରେ ପ୍ରବେଶ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/e6e6aab9-3d65-4358-b897-c82e1b1ae2ca.jpg)