ମହାପ୍ରଭୁଙ୍କ ପାଇଁ ଛାଡ଼ିଲେ ଭିଟାମାଟି, ସ୍ବେଚ୍ଛାରେ ଦେଲେ ୭୫% ଜମି

ମୁଖ୍ୟମନ୍ତ୍ରୀ କହିଲେ ଅଭୂତପୂର୍ବ, ବିରଳ
ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣାରେ ଏହା ସମ୍ଭବ ହୋଇଛି
ତ୍ୟାଗ, ସମର୍ପଣକୁ ଓଡ଼ିଆ ଜାତି ସବୁଦିନ ମନେ ରଖିବ

ଭୁବନେଶ୍ବର : ଶ୍ରୀମନ୍ଦିର ଚାରିପଟେ ନିରାପତ୍ତା ବଳୟ ସୃଷ୍ଟି ପାଇଁ ରାଜ୍ୟ ସରକାର ସ୍ବେଚ୍ଛାକୃତ ଭାବେ ଜମି େଦବା ଲାଗି େଯଉଁ ଅନୁରୋଧ କରିଥିଲେ, ସେ କ୍ଷେତ୍ରରେ ମିଳିଥିବା ସଫଳତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିଛନ୍ତି। ୭୫ ପ୍ରତିଶତ ଘରୋଇ ଜମି ସ୍ବେଚ୍ଛାକୃତ ଭାବେ ସ୍ଥାନୀୟ ବାସିନ୍ଦା ପ୍ରଦାନ କରିଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଜମି ଅଧିଗ୍ରହଣ େକ୍ଷତ୍ରରେ ଏଭଳି ସଫଳତା ବିରଳ। ସେଥିପାଇଁ ସେ କୃତଜ୍ଞ। ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହିତ ମନେ ରଖିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ଜନ୍ମାଷ୍ଟମୀ ଦିନ ମୁଁ ଆପଣମାନଙ୍କ ନିକଟରେ େଗାଟିଏ ନିବେଦନ କରିଥିଲି। ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହତ୍। ଅନୁରୋଧ ଥିଲା, ମହାପ୍ରଭୁଙ୍କ ଶ୍ରୀମନ୍ଦିରର ନିରାପତ୍ତା ସଂକ୍ରାନ୍ତରେ। ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁକିଛି। ସେ ଆମର ଅତୀତ, ବର୍ତମାନ ଓ ଭବିଷ୍ୟତ। ତାଙ୍କର ଶ୍ରୀଚରଣରେ ସମର୍ପିତ ହୋଇ କାର୍ଯ୍ୟ ଆରମ୍ଭ କଲେ ମଙ୍ଗଳପ୍ରଦ ହୋଇଥାଏ। ଏଣୁ ସେଦିନ ଶ୍ରୀମନ୍ଦିର ନିରାପତ୍ତା ପାଇଁ ତ୍ୟାଗ କରିବାକୁ ମୁଁ ନମ୍ରତାର ସହିତ ନିବେଦନ କରିଥିଲି। ମୁଁ ବହୁତ ଖୁସି େଯ େମାର ଅନୁରୋଧ ରକ୍ଷା ହୋଇଛି। ସେଥିପାଇଁ କୃତଜ୍ଞ।’’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘‘ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ସ୍ଥାବର ସଂପତ୍ତିକୁ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ େହାଇଛି। ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦି ପ୍ରକ୍ରିୟାରେ େମାଟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ମହାପ୍ରଭୁଙ୍କ ପାଇଁ ନିଜ ନିଜର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, େହାଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରେ ସାମିଲ େହାଇଛନ୍ତି। ମହାପ୍ରଭୁଙ୍କ ଇଚ୍ଛା ଓ ପ୍ରେରଣାରେ ଏହା ସମ୍ଭବ ହୋଇଛି।’’

ମୁଖ୍ୟମନ୍ତ୍ରୀ ଆଜି ପୁଣି ଦୋହରାଇଛନ୍ତି େଯ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ। କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ। ମହାପ୍ରଭୁଙ୍କ ପାଇଁ ଏହି ମହାନ ତ୍ୟାଗ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଗରୀଆନ କରିଛି। ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ମହାପ୍ରଭୁଙ୍କ ପାଇଁ ଏହି ଭଲପାଇବା, ଏହି ସମର୍ପଣଭାବ ଇତିହାସର ଏକ ଗୌରବୋଜ୍ଜଳ ଅଧ୍ୟାୟ େହାଇ ରହିବ।

ମହାପ୍ରଭୁଙ୍କ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ, ପୁଲିସ ପ୍ରମୁଖ ସବୁ ଛୁଟି ଦିନରେ କାମ କରିଥିଲେ। ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଧନ୍ୟବାଦ ଜଣାଇବା ସହିତ ଶ୍ରୀେକ୍ଷତ୍ର ଓ ଶ୍ରୀମନ୍ଦିର ଉନ୍ନତି ପାଇଁ ସହଯୋଗ ମାଗିଛନ୍ତି।

ଉେଲ୍ଲଖଯୋଗ୍ୟ ଯେ ସ୍ବେଚ୍ଛାକୃତ ଭାବେ ଜମି ପ୍ରଦାନ ପାଇଁ ଆଜି ଥିଲା େଶଷ ତାରିଖ।

ସମ୍ବନ୍ଧିତ ଖବର