ତଳଗାଁ ପଞ୍ଚାୟତ, ଲକଡାଉନ ଭାଙ୍ଗି ପୋଖରୀରେ ଚାଲିଲା ମାଛମରା

ହରଭଙ୍ଗା: ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ ଭଳି ସଂକ୍ରମିତ ହେବାରେ ଲାଗିଛି ମାରାତ୍ମକ କରୋନା ରୋଗ। ଏହାର ସଂକ୍ରମଣକୁ ରୋକିବା ଲାଗି ଆମ ଦେଶରେ ଲାଗୁ ହୋଇଛି ୨୧ଦିନ ପାଇଁ ଲକଡାଉନ କଟକଣା। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଓ ଏନଏସିରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ଆଜି ଏହାର ଖୋଲା ଉଲଂଘନ ଦେଖିବାକୁ ମିଳିଛି । ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତ ରେ ଲୋକେ ଅତ୍ୟାବଶ୍ୟକ ନପଡିଲେ ଘରୁ ପଦାକୁ ନ ବହାରିବା ପାଇଁ ବାରଣ ଥିବାବେଳେ ରବିବାର ଏହି ପଞ୍ଚାୟତର ଚନ୍ଦ୍ରନଗର ଗାଁ ଫୋଖରୀ ହୁଡା କାଟି ଲୋକେ ସାମୁହିକ ଭାବେ ମାଛ ମାରୁଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏ ଖବର ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେବା ସହ ଲକଡାଉନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠୁଛି। ସ୍ଥାନୀୟ କିଛି ଗଣମାଧ୍ୟମ ପ୍ରତିନିଧି ଲକଡାଉନ ନିୟମକୁ ଭଙ୍ଗକରି କାହିଁକି ମାଛ ମାରୁଛ ବୋଲି ପ୍ରଶ୍ନ କରିବାରୁ ଆମେ ପଞ୍ଚାୟତ ପିଇଓ ଙ୍କ ଅନୁମତି ନେଇ ମାଛ ମାରୁଛୁ ବୋଲି ଓଲଟି କହିଥିଲେ। ଏହିଭଳି ଭାବେ ସକାଳ ୮ଟାରୁ ଦିନ ପ୍ରାୟ୧ଟା ପଯ୍ୟନ୍ତ ଖୋଲା ଖୋଲି ଭାବେ ମାଛମରା ଯାଇଥିଲେ ମଧ୍ୟ ସ୍ଥାନୀୟ ପଞ୍ଚାୟତ କତ୍ତୃପକ୍ଷ ସେମାନଙ୍କୁ ସେଥିରୁ ନିବୃତ କରିବା ପାଇଁ କେହିନ ଆସିବାରୁ ଏହା ପଛରେ ପରୋକ୍ଷ ସମର୍ଥନ ଥିବା ପୂର୍ବତନ ସମିତିସଭ୍ୟ କୁନା ବେହେରା ଅଭିଯୋଗ କରିଛନ୍ତି । ଏହା ସହ ନିୟମ ଖିଲାପ କାରୀଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ତଳଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୁରୁଚରଣ ସେଠୀଙ୍କୁ ପଚାରିବାରୁ ଆଜି ମାଛ ମରା ହୋଇଥିବା ନେଇ ମୁଁ ଆଦୌ ଜାଣିନାହିଁ। ଉକ୍ତ ଫୋଖରୀକୁ ଗ୍ରାମର ଏକ ମହିଳା ସ୍ୱୟଂସହାୟକ ଦଳ ନିଲାମନେଇଛନ୍ତି। ଗତକାଲି ଏ ବିଷୟରେ ବୁଝିବା ପରେ ହିଁ କହିବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର