ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସମ୍ବଲପୁରର କୁଞ୍ଜେଲପଡ଼ା ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର ସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଭୋଟ୍ ଦେବାକୁ ଜନସାଧାରଣ ମାନଙ୍କୁ ନିବେଦନ କରିଛନ୍ତି। ଶ୍ରୀ ପ୍ରଧାନ ଆଜି ସକାଳୁ ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ମୋଦୀ ଗ୍ୟାରେଣ୍ଟିର ଲିଫଲେଟ୍ ବିତରଣ କରିଛନ୍ତି। ଲୋକମାନଙ୍କୁ ମୋଦୀଙ୍କ ବାର୍ତ୍ତା ଉପରେ କହିବା ସହ ଓଡ଼ିଶା ବିଜେପିର ସଂକଳ୍ପ ପତ୍ର ଉପରେ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଚାର କାଳରେ ଶ୍ରୀ ପ୍ରଧାନ କୁଞ୍ଜେଲପଡା ସ୍ଥିତ ବୁଢ଼ୀମା’ ଗଳିରେ ଥିବା ସ୍ଥାନୀୟ ‘ମିଂଚୁ କାକା’ଙ୍କ ଦୋକାନରୁ କାର୍ଯ୍ୟକର୍ତ୍ତାମାନଙ୍କ ସହ ‘ସର୍ସତିଆ’ର ମଜା ନେଇଥିଲେ। ସ୍ଥାନୀୟ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ସାଥୀରେ ଚାଉଳ ବରା ଖାଇବା ସହ କିଶୋର ଦଣ୍ଡସେନାଙ୍କ ଦୋକାନରୁ ଚା’ ପିଇଥିଲେ। ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୁଞ୍ଜେଲପଡ଼ା ହେଉଛି ରାଜନୈତିକ ଚର୍ଚ୍ଚା ଓ ଆଲୋଚନାର ଏକ ମଞ୍ଚ। କୁଞ୍ଜେଲ ସିଂହଙ୍କ ବୀରତ୍ୱପୂର୍ଣ୍ଣ ସଂଘର୍ଷ ଏଠାରେ ହୋଇଥିଲା। ଆଜି ଘର ଘର ବୁଲି ଲୋକଙ୍କ ଆଶୀର୍ବାଦ ନେବାର ସୁଯୋଗ ଲାଭ କଲି । ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ନେଇ ସ୍ନେହ, ଶ୍ରଦ୍ଧା, ବହୁତ ଉତ୍ସାହ ଓ ସମର୍ଥନ ଅଛି।
ପ୍ରଧାନମନ୍ତ୍ରୀ ଏବଂ ଦଳର ନେତୃତ୍ୱ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଛି। ମୋଦୀ ଗ୍ୟାରେଣ୍ଟି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ସମ୍ବଲପୁର ଓ ବିକଶିତ ଓଡ଼ିଶା ସକାର ହୋଇ ପାରିବ ବୋଲି ସମସ୍ତଙ୍କ ଆଗାଢ ବିଶ୍ୱାସ ରହିଛି । ଐତିହାସିକ କୁଞ୍ଜେଲପଡ଼ାର ଜନମତ ଓଡ଼ିଶାରେ ବିଜେପି ସରକାରର ବଡ଼ ସଙ୍କେତ ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହିତ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ସୁଶାନ୍ତ ପୁରୋହିତ, ସରୋଜ ଦଲପତ, ଅଜିତ ବେହେରା, ରୁନୁ ପ୍ରଧାନ, ଲକ୍ଷ୍ମୀପ୍ରିୟା ଜେନା, ପ୍ରଭାସିନୀ ଦାଶ, ସୀତାକାନ୍ତି ମେସୁଆ ପ୍ରମୁଖ ସାମିଲ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhhfssfhshfsh.jpg)