ରାଉରକେଲାରେ ଲୋକେ ମାନୁନାହାନ୍ତି ସାମାଜିକ ଦୂରତ୍ୱ, ଭତ୍ତା ପାଇଁ ଠେଲାପେଲା

ରାଉରକେଲା: କାୟାବିସ୍ତାର କରିଚାଲିଛି ମହାମାରୀ କରୋନା l ଏଥିପାଇଁ ସରକାର ପୁରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ଅଯଥା କାର୍ଯ୍ୟରେ ଘରୁ ନ ବାହାରିବା ଉପରେ କଟକଣା ଲଗାଇଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି । କିନ୍ତୁ ସ୍ମାର୍ଟ ସିଟି ରାଉରକେଲାରେ ସାମାଜିକ ଦୂରତା ଆଦୌ ଧ୍ୟାନ ଦିଆଯାଉନି l ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଗୋପବନ୍ଧୁପାଲ୍ଲୀ ପରେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଆଚାର୍ଯ୍ୟ ହରିହର ସ୍କୁଲରେ l

ଥାନା ଠାରୁ ମାତ୍ର ୫୦ ମିଟର ଦୂର ଏହି ଭତ୍ତା ବଣ୍ଟନ କେନ୍ଦ୍ରରେ ହିତାଧିକାରୀଙ୍କ ଅସମ୍ଭାଳ ଭିଡ ଜମିଥିଲା । ସାମାଜିକ ଦୂରତା କଥା ଭୁଲି ଯାଇଥିଲେ ସଭିଁଏ । ଏପରିକି, ଭତ୍ତା ବଣ୍ଟନ କେନ୍ଦ୍ରରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ସରକାରଙ୍କ ପକ୍ଷରୁ କୈଣସି ପ୍ରକାର ବ୍ୟବସ୍ଥା କରାଯାଇ ନ ଥିଲା । ଭତ୍ତା ନେବାକୁ ଉଭୟ ପୁରୁଷ ମହିଳାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା l

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ସରକାରଙ୍କ ପକ୍ଷରୁ ଭତ୍ତା ବଣ୍ଟା ଯାଉଛି ତେବେ ସାମାଜିକ ଦୂରତା ରକ୍ଷା କରିବାକୁ କାହିଁକି କୈଣସି ବ୍ୟବସ୍ଥା କରୁଯାଉ ନାହିଁ l ଗତ ପ୍ରାୟ ୧୦ ଦିନ ତଳେ ଗୋପବନ୍ଧୁପାଲୀ ଫାଣ୍ଡି ନିକଟରେ ଭତ୍ତା ବଣ୍ଟନ ବେଳେ ଏମିତି ସ୍ଥିତି ଉପୁଜିଥିଲା l ପୁଲିସ, ଭତ୍ତା ବଣ୍ଟନ ଦାୟିତ୍ୱ ଥିବା ଆରଏମସି କର୍ମଚାରୀ ସ୍ଥିତି ନିୟନ୍ତ୍ରଣ କରିପାରି ନ ଥିଲେ l ଶେଷରେ ଭତ୍ତା ବଣ୍ଟନକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ l ବାରମ୍ବାର ଏଭିଳି ଘଟଣାର ପୁନରାବୃତ୍ତି ହେଉଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି l

ସମ୍ବନ୍ଧିତ ଖବର