ପ୍ରଶାସନ ଶୁଣିଲାନି, ଚାନ୍ଦା କରି ନିର୍ମାଣ କଲେ କାଠ ପୋଲ

କଲ୍ୟାଣସିଂହପୁର : କଲ୍ୟାଣସିଂହପୁର ବ୍ଲକରେ ଗତ ଜୁଲାଇ ମାସରେ ବନ୍ୟା ହୋଇ ପୂଜାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବିନିଶପୁର ଗ୍ରାମ ଦେଇ ବୋହି ଯାଇଥିବା ନାଗାବଳୀ ନଦୀ ଉପର ଝୁଲା ପୋଲ ଭାସି ଯାଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ ହୋଇ ପାରି ନଥିଲା। ଲୋକମାନେ ପାଣିରେ ପଶି ନଦୀ ପାର ହେଉଥିଲେ। ଏଥିପାଇଁ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପ୍ରଶାସନ ନିକଟରେ ଗୁହାରି କରିଥିଲେ। କିନ୍ତୁ କେହିବି ଶୁଣିଲେନି। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜ ମଧ୍ୟରେ ଚାନ୍ଦା କରି ନଦୀରେ କାଠ ପୋଲ ନିର୍ମାଣ କରିଛନ୍ତି। ଗାଁରେ ୧୫୦ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ଏକ ବୈଠକ କରି ନଦୀରେ କାଠ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗାଁର ପ୍ରତ୍ୟେକ ବାସିନ୍ଦା ୩୦ଟଙ୍କା ଲେଖାଏଁ ଦେଇଥିଲେ। ଏହାପରେ ୪ଦନି ଧରି ଜଙ୍ଗଲରୁ କାଠ ସଂଗ୍ରହ ପରେ ଆଜି ପ୍ରାୟ ଶହେ ମିଟର ଲମ୍ବା କାଠ ପୋଲ ନିର୍ମାଣ କରିଛନ୍ତି। ଏହି ପୋଲ ନିର୍ମାଣ ଦ୍ୱାରା ଗ୍ରାମର ଛାତ୍ରଛାତ୍ରୀ ପାଠ ପଢିବା ସହ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ସୁବିଧା ହେବ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର