ଖୋର୍ଦ୍ଧା: ଅଗଷ୍ଟ ମାସରେ ତତ୍କାଳୀନ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି ସମୟରେ ଖୋର୍ଦ୍ଧାର ଚାଷୀମାନେ ରାଜୁଆ ଜଳସେଚନର ନିର୍ମାଣ ନେଇ ସ୍ମାରକପତ୍ର ଦେଇଥିଲେ। ଚାଷୀଙ୍କ ଦାବି ଅନୁସାରେ ୪୨ କୋଟି ମଞ୍ଜୁର କରାଯାଇଛି। ତେବେ ପ୍ରତିଶ୍ରୁତି ଅନୁସାରେ ଏଯାଏଁ ଜଳସେଚନ ପ୍ରକଳ୍ପର କାମ ଆରମ୍ଭ ହୋଇନଥିବାରୁ ଚାଷୀମାନେ ଜିଲ୍ଳାପାଳଙ୍କୁ ସାକ୍ଷାତ କରି କାମକୁ ତ୍ବରାନ୍ବିତ କରିବାକୁ ଅନୁରୋଧ କରିଛନ୍ତି।
ବ୍ରଜମୋହନପୁର ସରପଞ୍ଚଙ୍କ ସହ ବ୍ରଜମୋହନପୁର, ଧଉଳିମୁହଁ, ନରଣଗଡ଼, ଓରବରସିଂହ, କଣାସ ବ୍ଲକର ଗଡ଼ସାନପୁଟର ଚାଷୀ ପ୍ରତିନିଧିମାନେ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ରାଜୁଆ ଜଳସେଚନ ପ୍ରକଳ୍ପକୁ ପ୍ରତିଶ୍ରୁତି ଅନୁସାରେ ସଂପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ରାଜୁଆ ଓ ଦୟାରେ ଅନୁଦାନ ଅର୍ଥକୁ କିଭଳି ବିନିଯୋଗ କରାଯିବ ସେନେଇ ଆବଶ୍ୟକମତାମତ ରଖିଛନ୍ତି। ସେମାନଙ୍କ କହିବାନୁସାରେ, ରାଜୁଆ ଜଳସେଚନ ବ୍ୟାରେଜର ସିଂହଭାଗ କାମ ଶେଷ ହୋଇଛି। ପ୍ୟାକେଜ-୧ର ବ୍ୟାରେଜ ନିର୍ମାଣ କାମ ପ୍ରାୟତଃଶେଷ ହୋଇଛି। ପ୍ୟାକେଜ-୨ରେ ୩-୪ଜଣ ଚାଷୀଙ୍କ ଘରୋଇ ଜମି ଅଧିଗ୍ରହଣ କରାଯିବାକୁ ଅଛି। ଏହା ସହ ପାଣ୍ଡିଆବିଲି ଠାରେ ଦୟାନଦୀ ମୁହଁରେ ଏକ ସ୍ଥାୟୀ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଗଲେ ଅନେକ ଚାଷୀ ଉପକୃତ ହୁଅନ୍ତେ। ସେହିଭଳି ପ୍ୟାକେଜ୍-୩ରେ ବଡ଼ପୁଟ ଠାରୁ କଣାସ ଓ ବଡ଼ପୁଟ ଠାରୁ ତିଗିରିଆ ପର୍ଯ୍ୟନ୍ତ ମୁଖ୍ୟକେନାଲ୍ ରାସ୍ତା, ସବ ମାଇନର କେନାଲ୍ ଜମି ଅଧିଗ୍ରହଣ ଶେଷ ହୋଇଛି କେବଳ ବ୍ୟାରେଜ ଜଳକୁ ଚାଷ ଜମିକୁ ଛାଡ଼ିବା ବାକି ରହିଛି। ପ୍ୟାକେଜ୍-୪ରେ ୫-୬ ଟି ସବ୍ ମାଇନର କେନାଲ୍ପାଇଁ ଜମି ଅଧିଗ୍ରହଣ, କେନାଲ୍ବନ୍ଧ ରେ ମୋରମ ରାସ୍ତାର ମରାମତି, ଜଳ ନିଷ୍କାସନ ପାଇଁ ଗାଁରୁ ଗହିର, କେନାଲ୍ ପାରି ହେବାକୁ ପୋଲ ଆଦି କାମ ବଳକା ରହିଛି।
ପ୍ୟାକେଜ୍-୪ ହେଉଛି ରାଜୁଆ ଜଳସେଚନ ବ୍ୟାରେଜର ଡାହାର ପଟ ମୁଖ୍ୟକେନାଲ୍ ଟିମେଇପୁର କଣ୍ଟାବଣିଆ ଦେଇ ବ୍ରଜମୋହନପୁର, ଗୋପିନାଥପୁର, ରାମଚଣ୍ଡୀ, ନରଣଗଡ଼, ହାଡ଼ପଦା ପର୍ଯ୍ୟନ୍ତ। ସେହିଭଳି ପ୍ୟାକେଜ୍-୫ର ଧବଳପୁର ଠାରୁ ହିରିମୂଳ ପର୍ଯ୍ୟନ୍ତ କେନାଲ୍ ପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି ଓମୁଖ୍ୟ କେନାଲ୍କାମ ପ୍ରାୟତଃଶେଷ ହୋଇଛି। ଏଣୁ ମଞ୍ଜୁର ହୋଇଥିବା ଅନୁଦାନର ସମୟାନୁସାରେ ଓ ସଠିକ ବିନିଯୋଗ କରି ଆସନ୍ତା ବର୍ଷା ଋତୁ ପୂର୍ବରୁ ବ୍ୟାରେଜକୁ ସଚଳ କରିବାକୁ ଚାଷୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/0a8dc1a8-88bb-4b2e-ae27-fc042c05a7c7-750x430-1.jpeg)