ମଶାରିରେ ମାଛ ମରା: ନଦୀରେ ପଶିଲେ ହଜାର ହଜାର ଲୋକ

ଅନୁୁଗୁଳ: ଗତ ତିନିଦିନ ଧରି ଅନୁଗୁଳରେ ହେଉଥିବା ଲଘୁଚାପ ଜନିତ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ତଳିଆ ଅଞ୍ଚଳରେ ଗୁଡ଼ିକର ଘରଭିତରେ କେଉଁଠି ପଶିଛି ପାଣି, ତ ଆଉ କେଉଁଠି ରାସ୍ତା ଉପରେ ଅଣ୍ଟାଏ ଅଣ୍ଟାଏ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଏଥି ସହିତ ଏହି ପାଣି ଦ୍ବାରା ଅନୁଗୁଳ ସହର ତଥା ସହର ଉପକଣ୍ଠ ଗୁଡ଼ିକ‌ରେ ଥିବା ନଦୀ ନାଳ ଗୁଡ଼ିକରେ ମାଛ ଉପରମୁଣ୍ଡରୁ ଖସି ଆସିଥିବାରୁ ଆଜି ସହୁ ନଦୀ ଓ ନାଳରେ ହଜାର ହଜାର ଲୋକଙ୍କ ମଶାରୀରେ ମାଛ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଅନୁଗୁଳ ସହର ଉପରମୁଣ୍ଡରେ ଥିବା ଡେରଜାଙ୍ଗ ଡ୍ୟାମ୍‌ରେ ପାଣି ଫୁଲି ଯିବାରୁ ଡ୍ୟାମ୍‌ର ଦୁଇଟି ଗେଟ୍‌ ଖୋଲିି ଦିିଆ ଯାଇଥିଲା। ଡ୍ୟାମ୍‌ର ଗେଟ୍‌ ଖୋଲି ଦିଆଯିବାରୁ ଡ୍ୟାମ୍‌ରେ ଥିବା ମାଛ ଗୁଡ଼ିକ ତଳ ମୁଣ୍ଡକୁ ଖସି ପଳାଇ ଆସିଥିଲେ। ପୁନର୍ବାର ଡ୍ୟାମ୍‌ର ଗେଟ୍‌ ବନ୍ଦ କରିଦିିଆ ଯିବାରୁ ତଳ ମୁଣ୍ଡର ଜଳସ୍ତର ଖସି ଯାଇଥିଲା। ଫଳରେ ଆଜି ପରତରା, କୁଶାସିଂହା, କରଡ଼ାଗାଡ଼ିଆ, ହୁଲୁରିସିଂହା, ବଣିଆବାହାଳ, ଲିଙ୍ଗରାଯୋଡ଼ି, ଛେଳିଆପଡ଼ା ଓ ଲିଙ୍ଗରାନାଳ ବହି ଯାଇଥିବା ତଳିଆ ଅଞ୍ଚଳ ଗୁଡ଼ିକରେ ଆଜି କିଏ ମଶୁରି ତ ପୁଣି କିଏ ସ ପରିବାର ସହିତ ଜାଲ ପକାଇ ମାଛ ଧରିବାର ମଜା ନେଇଥିଲେ। ପରତରା, କୁଶାସିଂହା ଓ କରଡ଼ାଗାଡ଼ିଆ ଅଞ୍ଚଳରେ ଏତେ ପରିମାଣର ମାଛ ଲୋକମାନେ ଧରିଥିଲେ ଯେ, ଗୋଟିଏ ଗୋଟିଏ ପରିବାର ମାଛ ବିକ୍ରି କରି ହଜାର ହଜାର ଟଙ୍କା ରୋଜଗାର କରିଛନ୍ତି। ଆଉ କେତେକ ପରିବାର ମାଛ ଧରି ନିଜ ସମ୍ପର୍କୀୟଙ୍କ ଘରେ ମଧ୍ୟ ମାଛ ଭରି ରହିଥିଲା। ‌କେବଳ ସେତିକି ନୁହଁ ସହରୀଆ ଲୋକମାନେ ଡ୍ୟାମ୍‌ ମାଛ ଖାଇବା ପାଇଁ ଉକ୍ତ ଅଞ୍ଚଳ‌ ଗୁଡ଼ିକରେ ଯାଇ ଭିଡ଼ ଜମାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଆଉ କେତେକ ଦେଖଣହାରିମାନେ ବିଭିନ୍ନ ପୋଲ ଓପରେ ଠିଆ ହୋଇ ମାଛ ଧରିବାର ଦୃଶ୍ୟ ଦେଖି ଆନନ୍ଦ ନେଇଥିଲେ। ଯାହାକୁ ନେଇ ଆଜି ସହରରେ ମାଛ ଧରାକୁ ନେଇ ବେଶ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର