କୋଡିଙ୍ଗାମାଳି ଖଣି ଖନନର ପ୍ରଭାବିତ ଅଂଚଳର ଲୋକଙ୍କୁ କମ୍ପାନିର ଭତା ବଣ୍ଟନରେ ଅନିୟମିତତା ଅଭିଯୋଗ କରି ଲକ୍ଷ୍ମୀପୁର ଥାନା ଘେରାଉ

ଲକ୍ଷ୍ମୀପୁର : କୋଡିଙ୍ଗାମାଳି ଖଣିଖନନର ପ୍ରଭାବିତ ଅଂଚଳର ଲୋକଙ୍କୁ ଆଜି ଭତା ବଣ୍ଟନ କରାଯାଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି ଶତାଧିକ ମହିଳା ଓ ପୁରୁଷ ଅଭିଯୋଗ କରିଥିଲେ। ଏପରିକି ଯଦି ଭତା ଦେଉଛ ତାହେଲେ ପ୍ରକୃତ ଗରିବ ଓ ପ୍ରଭାବିତ ଅଂଚଳର ଲୋକଙ୍କୁ ଭତା ଦିଆଯାଉ ନଚେତ ଭତା ବନ୍ଦ କରାଯାଉ ବୋଲି ଅଭିଯୋଗ କରି ହୋହାଲା ହେବା ପରେ ଭତା ପାଇବା ଓ ନପାଇବା ମହିଳା ପୁରୁଷଙ୍କ ମଧ୍ୟରେ ବଚସା ହେବା ସହ ଠେଲାପେଲା ହୋଇଥିଲା। ଖବର ପାଇ ଘଟଣାସ୍ଥଳକୁ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଭତା ବଣ୍ଟନକୁ ବନ୍ଦ କରାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଭତା ବଣ୍ଟନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସକାଶେ କୋଡିଙ୍ଗା ମାଳି ସୁରକ୍ଷା ମଂଚ ତରଫରୁ ଏନେଇ ଆଗରୁ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ତରଫା ଭାବେ କେବଳ ଭତା ବଣ୍ଟନ ବନ୍ଦ କରାଇଦେଲା କିନ୍ତୁ ଭତା ବଣ୍ଟନ ଯେଉଁମାନେ କରୁଥିଲେ ସେମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ପୁଲିସ ତଦନ୍ତ କରାଯିବ ଓ କାହାକୁ କେଉଁ ସ୍ଥିତିରେ ଭତା ବଣ୍ଟନ କରାଯାଉଛି ତାହା ତର୍ଜମା କରାଯିବ ବୋଲି ଏସଡିପିଓ ଅଶ୍ବିନି କୁମାର ନାୟକ ଓ ଆଇଆଇସି ଗୌରହରି ସାହୁ ଅନେକ ବୁଝାଇବା ସତ୍ବେ ମହିଳା ଓ ପୁରୁଷ ଏସବୁକୁ ପ୍ରତ୍ୟାଖ୍ୟାନ କରି ଥାନା ଘେରାଉ କରି ରଖିଛନ୍ତି। ବର୍ତମାନ ମଧ୍ୟ ଶତାଧିକ ମହିଳା ଓ ପୁରୁଷ ଥାନା ସମ୍ମୁଖରେ ରୋଷେଇ ବାସ କରି ଖାଇ ସାରିବା ପରେ ମଧ୍ୟ ଥାନା ଗେଟ୍ ସମ୍ମୁଖରେ ଗିରଫ ଦାବି କରି ବସି ରହିଛନ୍ତି। ପରିସ୍ଥିତିକୁ ଦେଖି ୨ପ୍ଲାଟୁନ ପୁଲିସ ଫୋର୍ସ ସହ ମହିଳା ପୁଲିସ ନିୟାଜିତ ରହିଥିବା ବେଳେ ମାଜିଷ୍ଟେଟ୍ ଦାୟିତ୍ବରେ ରହିଛନ୍ତି ତହସିଲଦାର ମଧୁମିତା ପାମେଲକର।

ବର୍ତମାନ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ପୁଲିସ ଯଦି ବଳପୁର୍ବକ କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ତାହେଲେ ମାଇନ୍ସ ତଳି ଅଂଚଳରେ ପହଚିଂ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ବସିରହିବୁ ବୋଲି ଧମକ ଦେଇଛନ୍ତି। ସେପଟେ ଗତ ୨ମାସରୁ ଉର୍ଦ୍ଧ ହେବ ମାଇନ୍ସ ଦର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ ସମ୍ମନ୍ବୟ ହୋଇପାରିନଥିବାରୁ ଖଣି ଖନନ ଚାଲୁ ରହିଥିଲେ ମଧ୍ୟ ପରିବହନ ବନ୍ଦ ରହିଛି। ଏପରି ସ୍ଥିତିରେ ମଧ୍ୟ ପାରିପାର୍ଶ୍ବିକ ଅଚଂଳର ଗରିବମାନଙ୍କୁ ଭତା ବଣ୍ଟନ କରାଯାଉଥିବା କମ୍ପାନି ତରଫରୁ ଜଣାପଡିଥିବା ବେଳେ କମ୍ପାନି ନହେବା ପର୍ଯ୍ୟନ୍ତ କାହାକୁ ମଧ୍ୟ ଭତା ବଣ୍ଟନ କରାନଯାଉ ଓ ଖଣି ଖନନ ବନ୍ଦ ରଖାଯାଉ ବୋଲି ଅଂଚଳବାସି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର