ହରିପୁର: ଯାଜପୁର ବ୍ଲକ ମହେଶ୍ୱରପୁର ପଞ୍ଚାୟତର ୮ ନମ୍ବର ୱାର୍ଡରେ ଥିବା ଏକ ଗଡ଼ିଆରୁ ପଙ୍କ ଉଦ୍ଧାର କରି କଂକ୍ରିଟ ରାସ୍ତାରେ ଢଳାଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ସାହିବାସୀ କାମକୁ ବନ୍ଦ କରିଛନ୍ତି। କାମରେ ନିୟୋଜିତ ଜେସିବି ମେସିନ ଓ ଟ୍ରାକ୍ଟରରେ ପଙ୍କ ଢାଳିବା ଓ ପରିବହନ ପାଇଁ ବାରମ୍ବାର କଂକ୍ରିଟ ରାସ୍ତାରେ ଚାଲିବାରୁ ଅନେକ ସ୍ଥାନରେ ଢଳେଇ ଭାଙ୍ଗି ନଷ୍ଟ ହୋଇଯାଇଛି। ଗୋପୀନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ମନ୍ଦିର ପାଣ୍ଠିରୁ ଏହି କାମ ହେଉଛି ବୋଲି ଜଣାଯାଇଛି।
ସାହିଲୋକ ମନାକରିବା ସତ୍ତ୍ୱେ ଜେସିବିଟି କଂକ୍ରିଟ ରାସ୍ତା ଦେଇ ଗଡ଼ିଆକୁ ପଶିଥିଲା। ରାସ୍ତା ଭାଙ୍ଗି ନଷ୍ଟ ହେବାରୁ ସାହିର ମହିଳା ଓ ଯୁବକମାନେ ବାହାରି ପାଟିତୁଣ୍ଡ କରି କାମକୁ ବନ୍ଦ କରିଥିଲେ। ରାସ୍ତା ଉପରେ ବହୁ ପରିମାଣରେ ପଙ୍କ ଢଳାଯିବାରୁ ସାହିରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ବୋଲି କାଶୀନାଥ ମଳିକ, ଅନାଥ ମଳିକ, ଭାସ୍କର ମଳିକ, ହାଡ଼ିବନ୍ଧୁ ମଳିକ ଓ ସୁଶାନ୍ତ ମଳିକ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/20-12.jpg)