ବ୍ରହ୍ମପୁର: ମାଛ ବୋଝେଇ ଟ୍ରକ୍ରେ ନିଆଁ ଲାଗିଛି। ଖୁସିର କଥା ହେଲା ଯେ, ଟ୍ରକର ଡ୍ରାଇଭର ଓ ହେଲପର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ଅଘଟଣର ସୁଯୋଗ ନେଇ ସ୍ଥାନୀୟ ଲୋକେ କିଛି ରୋହି-ଭାକୁର ବୋହି ନେଇଛନ୍ତି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିଡ଼ାମୂଳ ଘାଟିରେ ଆଜି ଭୋର ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ ମାଛ ବୋଝେଇ ଟ୍ରକ୍ଟି ଆନ୍ଧ୍ର ପ୍ରଦେଶରୁ କୋଲକାତା ଯାଉଥିଲା। ଆଜି ସନ୍ଧ୍ୟା ସୁଦ୍ଧା ମାଛ ବୋଝେଇ ଟ୍ରକ୍ଟି କୋଲକାତାରେ ପହଞ୍ଚି ଥାଆନ୍ତା। କିନ୍ତୁ ମଝି ରାସ୍ତାରେ ଅର୍ଥାତ ଗଂଜାମ ଜିଲ୍ଲାର ହରିଡ଼ାମୂଳ ଘାଟିରେ ଟ୍ରକ୍ଯି ଦୁର୍ଘଟଣାର ଶିକାର ହୋଇଥିଲା। ସର୍ଟସର୍କିଟ୍ ଯୋଗୁଁ ଚଳନ୍ତା ମାଛ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା।
/sambad/media/post_attachments/wp-content/uploads/2022/06/fc906ca2-6dd9-4bb8-88bb-ecdeca366c2f-e1655893182769.jpg)
ସୂଚନା ପାଇ ଖଲିକୋଟ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀର କର୍ମଚାରୀମାନେ ଟ୍ରକରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ସେମାନେ ଟ୍ରକ୍ର ଡ୍ରାଇଭର ଶିବାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଶିବାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲପର ନାଗରାଜଙ୍କ କୌଣସି କ୍ଷତି ହୋଇନାହିଁ।
ତେବେ ଟ୍ରକ୍ରେ ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଏଥିରୁ କିଛି ମାଛ (ରୋହି ଓ ଭାକୁର) ନେଇଯାଇଛନ୍ତି। ବରଫ ପେଟି ଭିତରେ ଥିଲେ ବି କିଛି ମାଛ ପୋଡି ଯାଇଥିବା ବେଳେ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଟ୍ରକରେ ଥିବା ମାଛ ଗୁଡ଼ିକ ଅନ୍ୟସ୍ଥାନକୁ ନିଆଯାଇ ନଥିବାରୁ ପଚିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/201c7521-d897-429f-86b4-7a0079337482.jpg)