ବ୍ୟାସନଗର: ଆଜି ମଧ୍ୟାହ୍ନରେ ବ୍ୟାସନଗର ଗୋପବନ୍ଧୁ ଛକ ନିକଟସ୍ଥ ରେଳବାଇ ଫାଟକରେ ସିଗନାଲ୍ ଅଧିକାରୀଙ୍କ ଅବହେଳା ଯୋଗୁଁ ବଡ଼ ସମସ୍ୟା ସୃଷ୍ଟି ହୋଇଥିଲା। ଲଗାତର ତିନୋଟି ଟ୍ରେନ୍ ଯିବା ପରେ ଫାଟକ ଉଠିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଫାଟକର ଗୋଟିଏ ପଟ ଉଠିଯାଇଥିବା ବେଳେ ଅନ୍ୟ ପଟଟି ଉଠି ନଥିଲା। ଫଳରେ ଲୋକମାନେ ଏହି ଫାଟକ ମଧ୍ୟରେ ଫସି ରହିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅଭିଯୋଗ ଅନୁଯାୟୀ, ଆଜି ମଧ୍ୟାହ୍ନରେ ଅଫ୍ ଲାଇନ୍ରେ ଆସୁଥିବା ଗୋଟିଏ ମାଲବାହୀ ଟ୍ରେନ୍ ଷ୍ଟେସନରେ ପହଞ୍ଚିବାର କିଛି ସମୟ ପରେ ଉକ୍ତ ଲାଇନ୍ରେ ନୀଳାଚଳ ଏକ୍ସପ୍ରେସ ଆସିଥିଲା। ଏହାପରେ ଡାଉନ୍ ଲାଇନ୍ରେ ମଧ୍ୟ ତେଲ ଟ୍ୟାଙ୍କର ନେଇ ଏକ ମାଲବାହୀ ଟ୍ରେନ୍ ଅତିକ୍ରମ କରିଥିଲା।
ତିନୋଟି ଟ୍ରେନ୍ ଏହି ରେଳ ଫାଟକ ପାର ହେବା ପାଇଁ ଲୋକମାନେ ପ୍ରାୟ ଅଧଘଣ୍ଟାଏ ଅଟକି ରହିଥିଲେ। ଏହାପରେ ଫାଟକ ଉଠିଥିଲା। ହେଲେ ଗୋପବନ୍ଧୁ ଛକ ପାଖ ଫାଟକ ଖୋଲିଥିବା ବେଳେ ଅପର ପାର୍ଶ୍ୱରେ ଥିବା ଫାଟକଟି ଉଠି ନଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧାରଣା ମଝିରେ ଲୋକମାନେ ଫସି ରହିଥିଲେ। ମୁଣ୍ଡଫଟା ଖରାରେ ଅଧଘଣ୍ଟାଏ ଅପେକ୍ଷା କରିବା ପରେ ପୁଣି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଫାଟକ ବହୁ ସମୟ ଧରି ନଉଠିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଭାଗୀୟ ଅଧିକାରୀ ପହଞ୍ଚି ଗେଟ୍ ମରାମତି କରିବା ପରେ ଯାତାୟାତ ସମ୍ଭବ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/3-25.jpg)