ହଟିଲା କଟକଣା: ଏଣିକି ‘ରାଜଧାନୀ’ରେ ଭୁବନେଶ୍ୱରରୁ ଯାଇହେବ ସମ୍ବଲପୁର ସିଟି, ଝାରସୁଗୁଡ଼ା ଓ ରାଉରକେଲା

ଚନ୍ଦ୍ରଶେଖରପୁର : ଏଣିକି ରାଜଧାନୀ ଏକ୍ସପ୍ରେସ୍‌ରେ ଭୁବନେଶ୍ୱରରୁ ସମ୍ବଲପୁର ସିଟି, ଝାରସୁଗୁଡ଼ା ଓ ରାଉରକେଲା ଷ୍ଟେସନ୍‌କୁ ଯାତ୍ରା କରିହେବ। ପୂର୍ବତଟ ରେଳପଥ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରୁ ଏହି ଷ୍ଟେସନଗୁଡ଼ିକୁ ରାଜଧାନୀ ଏକ୍ସପ୍ରେସରେ ଯିବା ପାଇଁ ଟିକେଟ କାଟିବା ଉପରେ କଟକଣା ରହିଥିଲା। କଟକଣା ଯୋଗୁଁ ଉପରୋକ୍ତ ଷ୍ଟେସନ୍‌ଗୁଡ଼ିକୁ ଯାତ୍ରୀମାନେ ରାଜଧାନୀରେ ଯାତ୍ରା କରି ପାରୁନଥିଲେ। କିନ୍ତୁ ଏବେ ସେହି କଟକଣାକୁ ହଟାଇ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏପରି ନିଷ୍ପତ୍ତି ନେଇଥିବା ଏକ ପ୍ରେସ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର