କରୋନା ପାଇଁ ରାଜ୍ୟରେ ମୁଣ୍ଡପିଛା ଆୟ କମିଛି

ଭୁବନେଶ୍ବର : ରାଜ୍ୟରେ କରୋନା ଜନିତ ଅଚଳାବସ୍ଥା ପାଇଁ ମୁଣ୍ଡପିଛା ଆୟ ଓ ଅଭିବୃଦ୍ଧି ହାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ୨୦୨୦/୨୧ ଆର୍ଥିକ ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ବିଯୁକ୍ତାତ୍ମକ ଥିବା ବେଳେ ମୁଣ୍ଡପିଛା ଆୟରେ ମଧ୍ୟ ହ୍ରାସ ଘଟିଛି। ତେବେ ୨୦୨୧/୨୨ବର୍ଷରେ ଉଭୟ ସାମଗ୍ରିକ ଘରୋଇ ଉତ୍ପାଦ ଓ ମୁଣ୍ଡପିଛା ଆୟର ଅଭିବୃଦ୍ଧି ହେବ ରାଜ୍ୟ ସରକାର ଅଗ୍ରୀମ ଆକଳନରୁ ସୂଚନା ମିଳିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି, ୨୦୨୦-୨୧ ସାମଗ୍ରିକ ଘରୋଇ ଉତ୍ପାଦ ଓ ମୁଣ୍ଡପିଛା ଆୟର ସଂକୋଚନ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଯୋଜନା ସହାୟତା ଅନୁଦାନ ବାବଦକୁ ୩୨ହଜାର କୋଟି ଟଙ୍କାର ବଜେଟ ଅଟକଳ କରାଯାଇଥିବା ବେଳେ ୨୩,୦୬୮.୩୫ କୋଟି ଟଙ୍କା ମିଳିଛି। ସେହିପରି ୨୦୨୧/୨୨ ଆର୍ଥିକ ବର୍ଷ ପାଇଁ ଯୋଜନା ସହାୟତା ଅନୁଦାନ ବାବଦକୁ ୩୭,୯୬୩.୩୨ କୋଟି ଟଙ୍କାର ବଜେଟ ଅଟକଳ ହୋଇଥିବା ବେଳେ ଜାନୁଆରି ମାସ ଶେଷ ସୁଦ୍ଧା ୧୩,୨୭୭.୬୪ କୋଟି ଟଙ୍କା ପ୍ରାପ୍ତ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର