‘ସୋମାକ୍‌’କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାୟୀ ସମ୍ବନ୍ଧନ

ଭୁବନେଶ୍ୱର : ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଏଣ୍ଡ୍‌ ଷ୍ଟଡିଜ୍‌ (ସୋମାକ୍‌)କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାୟୀ ସମ୍ବନ୍ଧନ (ପରମାନେଣ୍ଟ୍‌ ଆଫିଲିଏସନ୍‌) ପ୍ରଦାନ କରାଯାଇଛି। ସଂସ୍କୃତି ବିଶ୍ୱବିଦ୍ୟାଳୟର ପରିଚାଳନା ବୋର୍ଡ଼ ସଭାରେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯିବା ସହିତ ସୋମାକ୍‌କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି।

ସମଗ୍ର ରାଜ୍ୟରେ ସାମ୍ବାଦିକତା ପାଠ୍ୟକ୍ରମ କ୍ଷେତ୍ରରେ ସୋମାକ୍‌ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସୋମାକ୍‌ର ଅଧ୍ୟକ୍ଷ, ଶିକ୍ଷକମଣ୍ଡଳୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା ସୋମାକ୍‌ର ଛାତ୍ରଛାତ୍ରୀମାନେ ଅଧିକାଂଶ ବର୍ଷ ଏହି ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ପାଠ୍ୟକ୍ରମରେ ସ୍ୱର୍ଣ୍ଣ ପଦକ ଲାଭ କରିଆସୁଛନ୍ତି। ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବ୍ୟକ୍ତିତ୍ୱ ବିକାଶ ନିମନ୍ତେ ସୋମାକ୍‌ ପକ୍ଷରୁ ବର୍ଷତମାମ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ।

ସମ୍ବନ୍ଧିତ ଖବର