ଭୁବନେଶ୍ବର : ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା ପାଇଁ ରେଳପଥ ପକ୍ଷରୁ ପୁରୀ ଓ ହବିବଗଞ୍ଜ ମଧ୍ୟରେ ଚଳାଚଳ କରୁଥିବା ପୁରୀ-ହବିବଗଞ୍ଜ-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌(୦୧୬୬୧/୦୧୬୬୨)ରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ ଓ ଦ୍ଵିତୀୟ ଶ୍ରେଣୀର ମିଳିତ ବଗି ସ୍ଥାୟୀ ସଂଯୋଗ କାରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ହବିବଗଞ୍ଜ-ପୁରୀ ସ୍ୱତନ୍ତ୍ର ଟ୍ରେନ(୦୧୬୬୧) ହବିବଗଞ୍ଜରୁ ମେ’ ୨୧ଠାରୁ ଓ ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ୍‌(୦୧୬୬୨) ମେ’ ୨୨ରୁ ପୁରୀରୁ ଗୋଟିଏ ଏସି ପ୍ରଥମ ଶ୍ରେଣୀ ଓ ଦ୍ଵିତୀୟ ଶ୍ରେଣୀର ମିଳିତ ବଗିର ସ୍ଥାୟୀ ସଂଯୋଗ ସହିତ ଚଳାଚଳ କରିବ। ଏହି ମିଳିତ ଏସି ବଗିର ସ୍ଥାୟୀ ସଂଯୋଗ ପରେ ପୁରୀ-ହବିବଗଞ୍ଜ-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଗୋଟିଏ ଏସି ପ୍ରଥମ ଶ୍ରେଣୀ ଓ ଦ୍ଵିତୀୟ ଶ୍ରେଣୀର ମିଳିତ ବଗି, ଗୋଟିଏ ଏସି-୨ ଟାୟାର, ୪ଟି ଏସି-୩ ଟାୟାର, ୧୧ଟି ସ୍ଲିପର କ୍ଲାସ, ଦୁଇଟି ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ୍‌ ସହିତ ସମୁଦାୟ ୨୧ଟି କୋଚ ହୋଇ ଚଳାଚଳ କରିବ।

Advertisment

ଅନ୍ୟପକ୍ଷରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଉତ୍ତର ସୀମାନ୍ତ ରେଳପଥ ଦ୍ୱାରା କାମାକ୍ଷାଠାରୁ ପୁରୀ ଯାତ୍ରା କରିବାକୁ ଥିବା ଦୁଇଟି ଟ୍ରେନ୍‌ ପ୍ରତ୍ୟେକ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି। ତେଣୁ ପୁରୀଠାରୁ ଛାଡ଼ିବାକୁ ଥିବା ପୁରୀ-କାମାକ୍ଷା ଏକ୍ସପ୍ରେସ୍‌(୧୫୬୩୯) ମେ’ ୨୧ ଓ ପୁରୀ-କାମାକ୍ଷା ଏକ୍ସପ୍ରେସ(୧୫୬୪୩) ମେ’ ୨୫ ତାରିଖ ଦିନ ବାତିଲ ରହିବ।