ଭୁବନେଶ୍ବର : ସରକାରୀ ହସ୍ପିଟାଲରେ ପୁଣିଥରେ ଆରମ୍ଭ ହେବ ଅସ୍ତ୍ରୋପଚାର। ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ମାତ୍ର କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେବା ଲାଗି ନିର୍ଦେଶ ଦିଆଯାଇଛି। ଆଜି ବିଭାଗ ପକ୍ଷରୁ ସବୁ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ଓ ସିଡିଏମ୍‌ଓମାନଙ୍କୁ ଚିଠି ଜାରି ହୋଇଛି।

Advertisment

ରାଜ୍ୟରେ ଏପ୍ରିଲ ମାସରେ ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଜରୁରୀ ଅସ୍ତ୍ରୋପଚାରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅସ୍ତ୍ରୋପଚାରକୁ ବନ୍ଦ ରଖିବା ଲାଗି ନିର୍ଦେଶ ଦେଇଥିଲେ। କେବଳ ଓପିଡି ସେବା ଜାରି ରହିଥିଲା। ହେଲେ ଚଳିତ ମାସରେ କରୋନା ସଂକ୍ରମଣ ରାଜ୍ୟରେ ହଜାରକୁ ଖସି ଆସିଛି। ଏପରିକି କିଛି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ଏଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁଣିଥିରେ ଅନ୍ୟ ଅସ୍ତ୍ରୋପଚାର ସେବାକୁ ପୁନର୍ବାର ଆରମ୍ଭ କରିବା ଲାଗି ନିର୍ଦେଶ ଦିଆଯାଇଛି।