୮ ବିଏଡ୍‌ କଲେଜରେ ନାମଲେଖା ପାଇଁ ଅନୁମତି

ଭୁବନେଶ୍ୱର : ଭିତ୍ତିଭୂମି ଅଭାବରୁ ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୧୬ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ଉପରେ କଟକଣା ଲାଗୁ ହୋଇଥିଲା। ତେବେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କ ବାରମ୍ବାର ଚିଠି ସାଙ୍ଗକୁ ଭିତ୍ତିଭୂମି ବିକାଶ ନେଇ ପ୍ରତିଶ୍ରୁତି ଦେବା ପରେ ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେସନ (ଏନସିଟିଇ) ପକ୍ଷରୁ ୮ଟି ସରକାରୀ ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନରେ ନାମଲେଖା ପାଇଁ ଅନୁମତି ମିଳିଛି। ୨୦୨୧-୨୨ ଶିକ୍ଷାବର୍ଷରେ ଉକ୍ତ ୮ଟି ବିଏଡ୍‌ କଲେଜରେ ନାମଲେଖା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭୁବନେଶ୍ୱରରେ ଅନୁଷ୍ଠିତ ଏନସିଟିଇ ପୂର୍ବାଞ୍ଚଳ କମିଟି ସମୀକ୍ଷା ବୈଠକରେ ଏଭଳି ସୂଚନା ମିଳିଛି। ଏହାଦ୍ୱାରା ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଶାବ୍ୟକ୍ତ କରିଛି।

ସମ୍ବନ୍ଧିତ ଖବର