ହାଇକୋର୍ଟରେ ଏ-୪ ସାଇଜ କାଗଜ ବ୍ୟବହାରକୁ ଅନୁମତି

କଟକ : ହାଇକୋର୍ଟର ଅଦାଲତି କାର୍ଯ୍ୟରେ ଏ-୪ ସାଇଜର କାଗଜ ବ୍ୟବହାର ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧, ଜାନୁଆରି ୨୮ରେ ଅନୁଷ୍ଠିତ ଫୁଲ୍ କୋର୍ଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସ‌ାରେ, ହାଇକୋର୍ଟ ଅଫ୍ ଓଡ଼ିଶା ରୁଲ୍ସ, ୧୯୪୮ରେ ବର୍ତ୍ତମାନ ଥିବା ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ କରାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ ଉଚ୍ଚମାନର ଏ-୪ କାଗଜ ଯାହା କି ୭୫ ଜିଏସଏମରୁ କମ୍ ହୋଇ ନଥିବ ବ୍ୟବହାର କରାଯିବ। ଏପରି କାଗଜର ଗୋଟିଏ ପାର୍ଶ୍ବରେ ପ୍ରିଣ୍ଟ କରାଯିବ। କାଗଜର ବାମ ଓ ଡାହାଣ ପଟେ ୫ ସେଣ୍ଟିମିଟର ଲେଖାଏ ଏବଂ ଉପର ଓ ତଳ ପଟେ ୩ ସେଣ୍ଟିମିଟର ଲେଖାଏ ମାର୍ଜିନ୍ ରଖାଯିବ। ହାଇକୋର୍ଟଙ୍କ ଏ ସଂପର୍କିତ ବିଜ୍ଞପ୍ତି ପରେ ଅଦାଲତି କାର୍ଯ୍ୟରେ ଏ-୪ କାଗଜ ବ୍ୟବହାର ପାଇଁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର