ବାତ୍ୟା ପରେ କରୋନା ଚିନ୍ତା : ଆଶ୍ରୟସ୍ଥଳ ଫେରନ୍ତା, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ

ଭୁବନେଶ୍ବର : ରାଜ୍ୟରେ ବାତ୍ୟା ଚାଲିଯ଼ିବା ପରେ ଏବେ ପୁଣି କରୋନା ଚିନ୍ତା ଫେରିଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯ଼ାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯ଼ାଇଥିବା ହଜାର ହଜାର କର୍ମଚାରୀ ଯ଼େପରି କରୋନା ସଂକ୍ରମିତ ନ ହୁଅନ୍ତି ସେ ଦିଗରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି ।
ବାତ୍ୟା ଆଶ୍ରୟସ୍ଥଳକୁ ଯ଼ାଇଥିବା ଲୋକ ଓ ସହାୟତା କର୍ମଚାରୀଙ୍କ ଶରୀରରେ ସମ୍ଭାବ୍ୟ କୋଭିଡ୍ ଲକ୍ଷଣ ଉପରେ ନଜର ରଖିବାକୁ ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ୧୨ ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ରଲେଖି ଏ ସମ୍ପର୍କିତ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧୨ଟି ଜିଲ୍ଲା ହେଲା ବାଲେଶ୍ବର, ଭଦ୍ରକ,ମଂୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, କେନ୍ଦୁଝର, କଟକ, ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ ।
ଏହି ପତ୍ରରେ କୁହାଯ଼ାଇଛି ଯ଼େ ଆଶ୍ରୟସ୍ଥଳ ଫେରନ୍ତା ଲୋକ, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ଘରକୁ ଘର ବୁଲୁଥିବା ସର୍ଭେ ଟିମକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯ଼ାଉ । ସେହିପରି ଏସବୁ ଲୋକମାନେ ନିଜେ ନିଜର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତୁ ଓ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜକୁ ଅଲଗା କରି କୋଭିଡ୍ ପରୀକ୍ଷା କରାନ୍ତୁ ।

ସମ୍ବନ୍ଧିତ ଖବର