ନୟାଗଡ଼ : ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ନାବାଳକ ଅଭିଯୁକ୍ତକୁ ଏସ୍ଆଇଟି ମାଡ଼ ମାରିଛି। ଅଭିଯୁକ୍ତକୁ ଏସ୍ଆଇଟି ରିମାଣ୍ଡ୍ରେ ନେଇଥିବାବେଳେ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଏ ନେଇ ବୁଧବାର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ଜେଜେବି)ରେ ପିଟିସନ୍ ଦାଖଲ କରିଛନ୍ତି। ଯାହାର ଶୁଣାଣି ଆସନ୍ତା ୨୦ ତାରିଖରେ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ରିମାଣ୍ଡ୍ରେ ଥିବାବେଳେ ଅଭିଯୁକ୍ତକୁ ମାଡ଼ ମରାଯାଇ ଅନେକ କଥା ତା’ଠାରୁ ଜବରଦସ୍ତ ସ୍ବୀକାର କରାଯାଇଥିବା, ଦସ୍ତଖତ ନିଆଯାଇଥିବା ଶ୍ରୀ ମିଶ୍ର କହିଛନ୍ତି। ଏସବୁ ଜିନିଷକୁ ଖାରଜ କରିବାକୁ ଅଭିଯୁକ୍ତଙ୍କ ଓକିଲ ଆବେଦନ କରିଛନ୍ତି। ପକ୍ସୋ କୋର୍ଟରେ ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ଏଭଳି ଅଭିଯୋଗ ଜଜ୍ଙ୍କ ସମ୍ମୁଖରେ ମଧ୍ୟ ରଖିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/sit-f.jpg)