ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୬.୬୦ଟଙ୍କା ଓ ଡ଼ିଜେଲ ଲିଟର ୧୨.୮୦ କମିବ!

ଭୁବନେଶ୍ବର: ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୬୦ ପଇସା ଓ ଡିଜେଲ ଲିଟର ୧୨ଟଙ୍କା ୮୦ ପଇସା କମି ପାରେ। ତେବେ ଉତ୍କଳ ପେଟ୍ରୋଲିୟମ୍‌ ଡିଲର୍ସ ଆସୋସିଏସନ୍‌ର ସଂପାଦକ ସଂଜୟ ଲାଠ କହିଛନ୍ତି ଯେ, କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି। ପେଟ୍ରୋଲ ଲିଟର ପିଛା ୫ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରାଯାଇଥିବା ନେଇ ଆମେ ଖବର ପାଉଛୁ। ଏହା ଯଦି ସତ ହୁଏ ତାହେଲେ ପେଟ୍ରୋଲ ଲିଟର ପିଛା ଏକକାଳୀନ ଲାଗୁ ହୁଏ, ତାହେଲେ ନଭେମ୍ବର ୪ ତାରିଖ ଠାରୁ ଓଡ଼ିଶାରେ ପାଖାପାଖି ୬ଟଙ୍କା ଓ ଡିଜେଲ ଲିଟର ପିଛା ପାଖାପାଖି ୧୩ ଟଙ୍କା ହ୍ରାସ ପାଇବ। କିନ୍ତୁ ଏକ୍ସସାଇଜ୍‌ ଡ୍ୟୁଟିରେ ଆଗାମୀ ଦିନ ପାଇଁ କ’ଣ ପରିବର୍ତ୍ତନ ରହିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।

ସୂଚନାଯୋଗ୍ୟ, ଦୀପାବଳି ପୂର୍ବରୁ ଦେଶବାସୀଙ୍କ ପାଇଁ ଖୁସିଖବର ଆସିଛି । ହୁହୁ ‌ବଢୁଥିବା ପେଟ୍ରୋଲ ଓ ଡିଜେଲ ଦାମରେ ରୋକ ଲାଗିବ।  କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟିକୁ ହ୍ରାସ କରିବା ୨୦୨୧ ନଭେମ୍ବର ୪ ତାରିଖ ଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଶସ୍ତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି । ଏହା ଦ୍ବାରା ପେଟ୍ରୋଲ ଦାମରେ ୫ ଟଙ୍କା ଓ ଡିଜେଲ ଦାମରେ ୧୦ ଟଙ୍କା ହ୍ରାସ ପାଇବ ।

ନଭେମ୍ବର ୪ ତାରିଖ ଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲର ଏହି ନୂଆ ଦର ଲାଗୁ ହେବ। ତେବେ ଦେଶରେ ଗତ କିଛି ଦିନ ଧରି ତେଲ ଦର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦି ହୋଇଯାଉଥିଲା, ଯାହାକୁ ନେଇ ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା କେନ୍ଦ୍ର ସରକାର ଉପରେ ନିଜର ବିଷ ଓଗାଳିଥିଲେ । ହେଲେ ଏବେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଦୀପାବଳି ଭେଟି ଦେବା ସହିତ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି ।

ସମ୍ବନ୍ଧିତ ଖବର