ବରପାଲି: ବରପାଲି ବସ୍‌ଷ୍ଟାଣ୍ଡ ନିକଟସ୍ଥ ପତ୍ରିକା ମହଲ ବହି ଦୋକାନ ଉପରେ ପେଟ୍ରୋଲ ବୋମା ଫିଙ୍ଗି ଥିବା ଅଭିଯୁକ୍ତ ଅଶୋକ ପଧାନକୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣକ ଅତାବିରା ଥାନା ଅନ୍ତର୍ଗତ ତାଜାଟିକିରା ଗ୍ରାମର।ଗତ ୨୯ ତାରିଖ ବସ୍‌ଷ୍ଟାଣ୍ଡ ଭଳି ଜନଗହଳି ଇଲାକାରେ ଥିବା ପତ୍ରିକା ମହଲ  ଦୋକାନ ଉପରକୁ  ଅଭିଯୁକ୍ତ ପେଟ୍ରୋଲ ଭର୍ତି ବୋତଲରେ ନିଆଁ ଲଗାଇ ଦୋକାନ ଭିତରକୁ ଫିଙ୍ଗି ଦେଇଥିଲା।

Advertisment

ଫଳରେ ଦୋକାନରେ ଭୟଙ୍କର ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ ବହୁ ଟଙ୍କାର ପୁସ୍ତକ ପୋଡ଼ି ଯାଇଥିଲା। ନିଆଁକୁ ଲୋକେ ଆସି ଲିଭାଇ ଆୟତ୍ତ କରିଥିଲେ। ଏ ନେଇ ପତ୍ରିକା ମହଲର ମାଲିକ ସିଂହନାଦ ପ୍ରଧାନ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।