ସପ୍ତାହରେ ୪ଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର: କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛି ୮୬ଟଙ୍କା ୩୮ ପିଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ତେବେ ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଫଳରେ ପ୍ରତିଦିନ ଦର ନୂଆ ଶିଖରରେ ପହଞ୍ଚୁଛି।

ରାଜ୍ୟର ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ଟଙ୍କା ୪୨ପଇସା ରହିଛି। ସେହିପରି ଡିଜେଲ ଦର ୮୭ଟଙ୍କା ୫୬ ପିଇସା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୮୫ଟଙ୍କା ୭୦ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୭୫ଟଙ୍କା ୮୮ପଇସାରେ ପହଞ୍ଚିଛି।

Fuel Price Hike: Meghalaya Cuts Petrol, Diesel Rate by Rs 2.50 a Litre | India.com

ଦେଶର ୪ଟି ମହାନଗର ମଧ୍ୟରୁ ମୁମ୍ବାଇରେ ଉଭୟ ପେଟ୍ରୋଲ ଓ ଡି‌ଜେଲ ଦର ଅଧିକ ରହିଛି। ଏଠାରେ ପେଟ୍ରୋଲ ଦର ୯୨ଟଙ୍କା ୨୮ ପଇସା ରହିଥିବା ବେଳେ ଡିଜେଲ ୮୨ଟଙ୍କା ୬୬ ପଇସା ରହିଛି। ବୃଦ୍ଧି ପାଉଥିବା ଏହି ଦରକୁ ନେଇ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରକାର ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର