ଭୁବନେଶ୍ୱର: ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ଫଳରେ ଭୁବନେଶ୍ବରରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୧୧ ଟଙ୍କା ସ୍ତର ଅତିକ୍ରମ କରିଛି। ଏକ ଲିଟର ପେଟ୍ରୋଲ୍ ମୂଲ୍ୟ ୧୧୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ୧୦୧ ଟଙ୍କା ୩୯ ପଇସା ହୋଇଛି। ନୂତନ ଦର ସକାଳ ୬ଟାରୁ ପେଟ୍ରୋଲ୍ ପମ୍ପ୍ଗୁଡ଼ିକରେ ଲାଗୁ ହୋଇଛି।
ସୂଚନାଯୋଗ୍ୟ, ସୋମବାର ପେଟ୍ରୋଲ୍ ଦାମ୍ ୧୧୦ ଟଙ୍କା ୭୯ ପଇସା ଓ ଡିଜେଲ୍ ଦାମ୍ ୧୦୦ ଟଙ୍କା ୫୪ ପଇସା ଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ଆଧାରରେ ତେଲ କଂପାନିଗୁଡ଼ିକ ଦୈନିକ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ସଂଶୋଧନ କରୁଛନ୍ତି। ଗତ୧୫ ଦିନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ୧୩ ଥର ବୃଦ୍ଧି ଘଟିଛି।
ଗତ ମାସ ୨୨ରୁ ପେଟ୍ରୋଲ ଓ ଡିଜେଲ୍ ଦରରେ ବୃଦ୍ଧିର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ଅବ୍ୟାହତ ରହିଛି। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ଯୋଗୁଁ ତୈଳ ବଜାର ଅସ୍ଥିର ରହିଛି। ସେଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ତେଲ ମହଙ୍ଗା ହେଉଛି। ଏହି ଯୁଦ୍ଧ ବହୁ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ଓ ସରକାର ଗଠନ ହୋଇଯିବା ପରେ ହିଁ ତେଲ ଦାମ୍ ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/petrol-diesel-price-photo-express-archieve-1200.jpg)