ରାଜଧାନ‌ୀରେ ପେଟ୍ରୋଲ୍‌ ୭୫ ଟପିଲା

ଭୁବନେଶ୍ବର: ରାଜଧାନ‌ୀରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୭୫ ଟଙ୍କାରୁ ଅଧିକ ହୋଇଯାଇଥିବା ବେଳେ ଡିଜେଲ୍‌ ଦାମ୍ ୭୧ ଟଙ୍କା ସ୍ତର ଟପିଛି। ଆସନ୍ତକାଲି (ଶୁକ୍ରବାର) ପାଇଁ ପେଟ୍ରୋଲ୍‌ ଦର ୭୫ ଟଙ୍କା ୭ ପଇସା ହୋଇଥିବା ବେଳେ ଡିଜେଲ୍‌ ଦର ୭୧ ଟଙ୍କା ୧୦ ପଇସା ହୋଇଛି। ଗତକାଲି ତୁଳନାରେ ପେଟ୍ରୋଲ୍ ଦର ୫୭ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ଦାମ୍‌ରେ ୫୮ ପଇସାର ବୃଦ୍ଧି ଘଟିଛି। ବିଗତ ଛଅ ଦିନ ଭିତରେ ରାଜ୍ୟରେ ପେଟ୍ରୋଲ୍‌ ଦାମ୍ ୨ ଟଙ୍କା ୭୬ ପଇସା ଓ ଡିଜେଲ୍ ଦାମ୍ ୨ ଟଙ୍କା ୭୯ ପଇସା ବଢ଼ିଛି।

ସମ୍ବନ୍ଧିତ ଖବର