ଓଡ଼ିଶାରେ ହୁହୁ ହୋଇ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର: ତେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ଠାରୁ ମଧ୍ୟ ଓଡ଼ିଶାରେ ଲିଟର ପିଛା ତେଲ ଦର ବଢ଼ିଯାଇଛି। ସ୍ଥିତି ଏମିତି ହୋଇଛି, ଯେ ତେଲ ଦର ଉପରେ ରୋକ୍ ନ ଲାଗିଲେ କମ ଦିନ ଭିତରେ ଶହେ ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି।
ଅନ୍ୟପଟେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୭୩ ପଇସା ଓ ଡିଜେଲ ୭୯ ଟଙ୍କା ୦୬ ପଇସା ରହିଛି। ହେଲେ ଓଡ଼ିଶାର ମାଲକାନଗିରିରେ ସବୁଠୁ ଚଢ଼ା ଦର ରହିଛି। ମାଲକାନଗିରିର କାଲିମେଳାରେ ପେଟ୍ରୋଲ ୯୪ ଟଙ୍କା ୯୧ ପଇସା ଓ ଡିଜେଲ ୯୧ ଟଙ୍କା ୩୯ ପଇସାରେ ବିକ୍ରି ହେଉଛି। ସେହିପରି ମାଲକାନଗିରି ସଦର ମହକୁମାରେ ୯୪ ଟଙ୍କା ୬ ପଇସା ଓ ଡିଜେଲ ରହିଛି ୯୦ ଟଙ୍କା ୬୪ ପଇସା। ନବରଙ୍ଗପୁରରେ ପେଟ୍ରୋଲ ୯୩ ଟଙ୍କା ୫୧ ପଇସା ଓ ଡିଜେଲ ୯୦ ଟଙ୍କା ୧୦ ପଇସା ରହିଛି। ଜୟପୁରରେ ପେଟ୍ରୋଲ ଲିଟରକୁ ୯୩ ଟଙ୍କା ୨୮ ପଇସା ଓ ଡିଜେଲ ୮୯ ଟଙ୍କା ୮୮ ପଇସାରେ ଆଜି ବିକ୍ରି ହେଉଛି।

ସେହିପରି ବ୍ରହ୍ମପୁରରେ ୯୦ ଟଙ୍କା ୬୬ ପଇସା ଦରରେ ପେଟ୍ରୋଲ ବିକ୍ରି ହେଉଥିବା ଡିଜେଲ ଲିଟରକୁ ୮୭ ଟଙ୍କା ୩୩ ପଇସା ଦେଇ କିଣୁଛନ୍ତି ଲୋକେ। ସୁନ୍ଦରଗଡ଼ରେ ପେଟ୍ରୋଲ ୮୯ ଟଙ୍କା ୫୧ ପଇସା ଓ ଡିଜେଲ ୮୬ ଟଙ୍କା ୨୫ ପଇସା । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୯ ଟଙ୍କା ୪୩ ପଇସା, ଡିଜେଲ ଲିଟରକୁ ୮୬ ଟଙ୍କା ୧୫ ପଇସା ଦରରେ ପେଟ୍ରୋଲ ପମ୍ପରେ ବିକ୍ରି ହେଉଛି। କଟକରେ ପେଟ୍ରୋଲ ଦର ୮୯ ଟଙ୍କା ୪୩ ପଇସା ଓ ଡିଜେଲ ଲିଟରକୁ ୮୬ ଟଙ୍କା ୮ ପଇସା ରହିଛି।

ସମ୍ବନ୍ଧିତ ଖବର