ଜୟପୁର: ଦୀର୍ଘ ୪ବର୍ଷ ଧରି ସେବା କାଗଜକଳର ଶ୍ରମିକଙ୍କ ଆନ୍ଦୋଳନ ଫଳବତୀ ହୋଇଛି। ୧୨୨୨ ଶ୍ରମିକଙ୍କର ୨୨ କୋଟି ୫ଲକ୍ଷ ଦୁଇହଜାର ୯୬୯ଟଙ୍କା କରମ୍ ଚାନ୍ଦ୍ ଥାପର ପି ଏଫ୍ ଟ୍ରଷ୍ଟ କଲିକତା ରୁ ବ୍ରହ୍ମପୁର ପିଏଫ କାର୍ଯ୍ୟାଳୟକୁ ପଠାଇଛି। ଏହା ଫଳରେ ଶ୍ରମିକମାନେ ସେମାନଙ୍କ କଷ୍ଟାର୍ଜିତ ଅର୍ଥ ପାଇପାରିବେ। ଅବସରପ୍ରାପ୍ତ ଶ୍ରମିକ ଓ ମୃତ ଶ୍ରମିକଙ୍କ ପରିବାରବର୍ଗବି ଏଣିକି  ପେନସନ ପାଇବାରେ ସୁବିଧା ହେବ। ଚିଠି ନଂ ବିପି/୨/ବି୧ଏଲଟି/୭୯, ୨୨ତାରିଖରେ କଲିକତାରୁ ବ୍ରହ୍ମପୁରକୁ ଆସିଛି।

Advertisment

ସୂଚନାଯୋଗ୍ୟ, ଗତ ୨୦୨୦ମସିହା ଫେବୃଆରୀ ୨୬ ତାରିଖରେ ଥାପର ଗୃପ୍ ପରିଚାଳନାରେ ଥିବା ସେବା କାଗଜ କଳକୁ ହାଇଦ୍ରାବାଦର ମଦର୍ ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନିକୁ ବିକ୍ରି କରିଦିଆଗଲା। ୨୦୨୦ ଫେବୃଆରୀ ୨୭ ତାରିଖରେ ବ୍ରହ୍ମପୁର ଆଞ୍ଚଳିକ ପିଏଫ୍ କମିଶନର ଅଫିସ୍ ରେ ନୂଆ ପିଏଫ୍ ଏକାଉଣ୍ଟ୍ ଖୋଲାଯାଇଥିଲା। ଶ୍ରମିକ ମାନଙ୍କ ପି ଏଫ୍ ଟଙ୍କା ସେହି ଦିନଠାରୁ କେସିଟି ଟ୍ରଷ୍ଟ ବଦଳରେ ବ୍ରହ୍ମପୁରକୁ ଯିବାକଥା ପରେ ଜଣାପଡ଼ିଲା। କିନ୍ତୁ ପୂର୍ବରୁ କେସିଟି ଟ୍ରଷ୍ଟ ରେ ଜମା ଥିବା ଟଙ୍କା ବ୍ରହ୍ମପୁର ଆଞ୍ଚଳିକ ଅଫିସ୍ କୁ ସ୍ଥାନାନ୍ତର ହୋଇ ପାରି ନଥିଲା। ନୂଆ କମ୍ପାନୀ ଶ୍ରମିକ ମାନଙ୍କ ନୂଆ ଦରମା ହାର ସ୍ଥିର କରି ସେହି ହିସାବରେ ପି ଏଫ୍ ଟଙ୍କା ଜମା ହେବ । କିନ୍ତୁ କେନ୍ଦ୍ର ପି ଏଫ୍ କମିଶନ ଶ୍ରମିକ ମାନଙ୍କ ପି ଏଫ୍ ଦେୟକୁ ସଠିକ୍ ସଞ୍ଚାଳନ ପାଇଁ ନିର୍ଦ୍ଦେଶ ଦେଇ ତୁରନ୍ତ ସମସ୍ୟା ସମାଧାନ ପାଇଁ ଚିଠି ଆସିବା ପରେ କମ୍ପାନୀ ଶ୍ରମିକ ମାନଙ୍କ ପୁରୁଣା ବେସିକ୍ ଡିଏ ଭିଡ଼ିଏ ଦେବା ପାଇଁ ବାଧ୍ୟ ହୋଇଥିଲା। ଶ୍ରମିକମାନଙ୍କ ପି ଏଫ୍ ସ୍ଥାନାନ୍ତର ପାଇଁ କଲିକତା ଆଞ୍ଚଳିକ ପିଏଫ୍ କମିଶନର ଅଫିସ୍ ର ଆଇନ୍ ଗତ ମଞ୍ଜୁରୀ ଆବଶ୍ୟକ ଥିଲା ବେଳେ ତାହା ହୋଇ ପାରୁ ନଥିଲା।

ଏଆଇଟିୟୁସିର କର୍ମକର୍ତ୍ତା, କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଜିଲ୍ଲାପାଳ,୫ଟି ଅଧ୍ୟକ୍ଷ, ଶ୍ରମ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ବିଧାନସଭା ଓ ସାଂସଦରେ ଏ ପ୍ରସଙ୍ଗ ଉଠିଥିଲା। ସେଭଳି ଶ୍ରମିକ ଓ ମୃତ ଶ୍ରମିକଙ୍କ ପରିବାର ସଦସ୍ୟ ମାନେ ରାସ୍ତା ରୋକ ଆନ୍ଦୋଳନ ବିକ୍ଷୋଭ ବାରମ୍ବାର କରିଥିଲେ। ବର୍ତ୍ତମାନ ୨୦୨୦ ଏପ୍ରିଲ୍ ପରଠୁ ପି ଏଫ୍ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଜାରି ରହିବ ବୋଲି ଫାଷ୍ଟ ୟୁନିଅନ ର ସଭାପତି ପ୍ରମୋଦ କୁମାର ମହାନ୍ତି, ସାଧାରଣ ସମ୍ପାଦକ ପ୍ରଦୀପ ପାଞ୍ଜିଆ, ସେକେଣ୍ଡ ୟୁନିଅନର  କାର୍ଯ୍ୟକାରୀ ସଭାପତି ବଂଶୀଧର ମହାକୁଡ଼, ସାଧାରଣ ସମ୍ପାଦକ ସରୋଜ ସୁଆର ପ୍ରମୁଖ ଏକ ପ୍ରେସବିବୃତ୍ତିରେ ଜଣାଇଛନ୍ତି।