ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ନିୟମିତ ପିଜି ପାଠ୍ୟକ୍ରମ ଖୋଲିବ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ବାରିପଦା କ୍ୟାମ୍ପସରେ ନିୟମିତ ନୃବିଜ୍ଞାନ, ଆଦିବାସୀ ଅଧ୍ୟୟନ, ବନ୍ୟପ୍ରାଣୀ ଓ ଜୈବ ବିବିଧତା, ସମାଜ ବିଜ୍ଞାନରେ ସ୍ନାତକୋତ୍ତର, ଏମ୍‌ବିଏ, ଗଣିତ, ଶିକ୍ଷା(ଏମ୍‌ଏ), କମ୍ପ୍ୟୁଟର ବିଜ୍ଞାନ ଓ ସମନ୍ଵିତ ବିଇଡି-ଏମ୍‌ଇଡିରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯିବ। ଏଥିନିମନ୍ତେ ଆବଶ୍ୟକ ସଂଖ୍ୟକ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ। ଏହା ସହିତ ଏହି ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ୍‌ ଲାଙ୍ଗୁଏଜ୍‌ ଅଧୀନରେ ନିୟମିତ ଇଂରାଜୀ ଓ ସାନ୍ତାଳୀ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲାଯାଇ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ଆଜି ଏ ନେଇ ଏକ ପ୍ରସ୍ତାବକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ ଦେଇଛନ୍ତି। ଆବଶ୍ୟକ ବିଭାଗଗୁଡ଼ିକ ପାଇଁ ନିୟମିତ ୯ଟି ପ୍ରଫେସର, ୧୮ଟି ଆସୋସିଏଟ୍‌ ପ୍ରଫେସର ଓ ୨୮ଟି ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ପ୍ରସ୍ତାବକୁ ମଧ୍ୟ ଅର୍ଥ ମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି।

ସମ୍ବନ୍ଧିତ ଖବର