କଟକ : ରାଜ୍ୟରେ ୪ଟି ମେଡିକାଲ୍‌ କଲେଜରେ ଖୁବ୍‌ଶୀଘ୍ର ଖୋଲିବ ପିଜି ପାଠ୍ୟକ୍ରମ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଡିଏମ୍‌ଇଟି ରାଜ୍ୟର ବଲାଙ୍ଗୀର, କୋରାପୁଟ, ବାଲେଶ୍ବର ଓ ବାରିପଦା ମେଡିକାଲ କଲେଜ ଡିନ୍‌ ଓ ପ୍ରନ୍ସିପାଲମାନଙ୍କୁ ଚିଠି ଲେଖିଛନ୍ତି। ଅନ୍‌ଲାଇନ୍‌ ପୋର୍ଟାଲ ମାଧ୍ୟମରେ ନ୍ୟାସନାଲ୍‌ ମେଡିକାଲ କମିସନ(ଏନ୍‌ଏମ୍‌ସି)ଗାଇଡ୍‌ଲାଇନ୍‌ ଅନୁସାରେ ଆବେଦନ କରିବାକୁ କହିଛନ୍ତି।

Advertisment

ଯେଉଁମାନେ ପିଜି ପାଇଁ ସ୍ବୀକୃତି ପାଇଛନ୍ତି ଓ ଯେଉଁମାନେ ଖୁବ୍‌ଶୀଘ୍ର ସ୍ବୀକୃତି ପାଇବାକୁ ଯାଉଛନ୍ତି, ସେମାନେ ବି ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବେ। ଏଥିପାଇଁ କ’ଣ ଭିତ୍ତିଭୂମି ରହିଛି ତାହା ମଧ୍ୟ ଦର୍ଶାଇବେ। ଅନ୍‌ଲାଇନ୍‌ ପୋର୍ଟାଲ ମାଧ୍ୟମରେ ନ୍ୟାସ୍‌ନାଲ୍‌ ମେଡିକାଲ କମିସନ(ଏନ୍‌ଏମ୍‌ସି)ଗାଇଡ୍‌ଲାଇନ୍‌ ଅନୁସାରେ ଆବେଦନ କରିବାକୁ ୪ ‌ମେଡିକାଲ୍‌ କଲେଜର ଡିନ୍‌ଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି ଡିଏମ୍‌ଇଟି। ତେବେ, ଏହିସବୁ ମେଡିକାଲ କଲେଜରେ କେବଳ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଥିବାରୁ ଓ ପିଲା ଉତ୍ତୀର୍ଣ୍ଣ ହେବାପରେ ବି ସେଠାରେ ପିଜି ପାଠ୍ୟକ୍ରମ ଖୋଲିପାରୁ ନଥିଲା। ଏହାକୁ ନେଇ ସାମାଜିକ କର୍ମୀ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଜଣାଇଥିଲେ। ଏବେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାରୁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି କୃତଜ୍ଞତା ଜଣାଇବା ସହ ଡିଏମ୍‌ଇଟିଙ୍କୁ ପ୍ରଶଂସା କରିଛନ୍ତି।