କଟକ : ଏସ୍ସିବି ମେଡିକାଲ୍ରେ ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନରତ ଡାକ୍ତରମାନେ ମେଡିକାଲ୍ ଭିତରେ ଏକ ଶୋଭାଯାତ୍ରା କରିଥିଲେ। ପରେ ପୁରୁଣା ଓପିଡି ସମ୍ମୁଖରେ ଆନ୍ଦୋଳନସ୍ଥଳରେ ପୁଣି ବସିଥିଲେ। ଆଜି ପିଜି ଡାକ୍ତରଙ୍କ କୋର୍ କମିଟି ବୈଠକ ବସିଥିବାବେଳେ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ଆସନ୍ତାକାଲି କଟକର ବିଧାୟକ, ସାଂସଦ, ଆର୍ଡିସିଙ୍କୁ ନେଇ ଅଧ୍ୟକ୍ଷଙ୍କ ସହିତ ଏକ ବୈଠକ କରାଯିବାକୁ ଯୋଜନା କରାଯାଉଛି। ଉକ୍ତ ବୈଠକରୁ ଯାହା ନିର୍ଯ୍ୟାସ ବାହାରିବ ତାହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ଯୋଜନା ରହିଥିବା କନିଷ୍ଠ ଡାକ୍ତର ସଂଘର ମୁଖପାତ୍ର ଡାକ୍ତର ନିହାର ରଂଜନ ପରିଡ଼ା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରୁଥିବା କମିଟି ଆଜି ତାହାର ରିପୋର୍ଟକୁ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛି। ଉକ୍ତ ରିପୋର୍ଟ ଉପରେ ପଦକ୍ଷେପ ନେବାକୁ ସରକାରଙ୍କ ନିକଟକୁ ପଠାଇ ଦିଆଯାଇଥିବା ସୂଚନା ଦିଆଯାଇଛି।
ପିଜି ଡାକ୍ତରଙ୍କ ପ୍ରତିବାଦ ଶୋଭାଯାତ୍ରା
ସରକାରଙ୍କ ପାଖକୁ ଗଲା ତଦନ୍ତ କମିଟି ରିପୋର୍ଟ
/sambad/media/post_attachments/wp-content/uploads/2018/02/scb-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)