ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ ତାରିଖ ଠାରୁ ପିଜି ପ୍ରବେଶିକା ପରୀକ୍ଷା ହେବ। ଏହି ପ୍ରବେଶିକା ପରୀକ୍ଷା ଅକ୍ଟୋବର ୨୨ରେ ଶେଷ ହେବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବିଭାଗର ସୂଚନା ଅନୁସାରେ ଦିନକୁ ୩ଟି ସିଫ୍ଟରେ ପ୍ରବେଶିକା ପରୀକ୍ଷା ହେବ।
ବିଜ୍ଞପ୍ତି ଅନୁସାରେ ପ୍ରବେଶିକା ପରୀକ୍ଷାର ସମୟ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦, ଅପରାହ୍ନ ୧୨ଟା ୩୦ରୁ ୨ଟା ଓ ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ରହିବ। ଅକ୍ଟୋବର ୧୨ରେ ଆନ୍ଥ୍ରୋପୋଲୋଜୀ (କଳା), ଅନ୍ଥ୍ରୋପୋଲୋଜୀ (ବିଜ୍ଞାନ), ଭୂଗୋଳ, ମେରାଇନ ସାଇନ୍ସ ଓ ଏମ୍ପିଏ ପାଇଁ ପରୀକ୍ଷା ହେବ। ୧୩ରେ ପଦାର୍ଥ ବିଜ୍ଞାନ, ଏଲଏଲଏମ୍, ଇଲେକଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେସନ ଓ କମର୍ସ, ୧୪ରେ ମାଇକ୍ରୋ ବାଇଲୋଜୀ, ହିନ୍ଦୀ, ଇଂରାଜୀ, ଜୁଲୋଜୀ, ଷ୍ଟାଟିଷ୍ଟିକ,ପିଏମଆଇଆର, ୧୫ରେ ପରିବେଶ ବିଜ୍ଞାନ, ସମାଜଶାସ୍ତ୍ର, ଜୀବ ବିଜ୍ଞାନ, ଓଡ଼ିଆ, ଜନସଂଖ୍ୟା ଅଧ୍ୟୟନ ଓ ଦର୍ଶନଶାସ୍ତ୍ର ପାଇଁ ପରୀକ୍ଷା ହେବ।
ସେହିପରି ୧୬ରେ ଇକୋନୋମିକ, ହୋମ ସାଇନ୍ସ, ଜିଓଲୋଜୀ, ଇତିହାସ, ଏମବିଏ (ରୁରାଲ ମ୍ୟାନେଜମ୍ୟାଣ୍ଟ), ୧୭ରେ ପବ୍ଲିକ ଆଡମିନିଷ୍ଟ୍ରେସନ, କମ୍ପ୍ୟୁଟର ସାଇନ୍ସ, ଏମବିଏ (ଟ୍ରାଭେଲ ଆଣ୍ଡ ଟୁରିଜମ), ୧୯ରେ ବଟାନି, ଏଜୁକେଶନ, କେମେଷ୍ଟ୍ରୀ, ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ, ୨୦ରେ ସାନ୍ତାଳୀ, ସଂସ୍କୃତ, ଉର୍ଦ୍ଦୁ, ମ୍ୟାଟରିଆଲ ସାଇନ୍ସ, ଲିଙ୍ଗୁଏଷ୍ଟିକ, ଜର୍ଣ୍ଣାଲିଜମ ଆଣ୍ଡ ମାସ କମ୍ୟୁନିକେସନ, ୨୧ରେ ବାଓ ଡାଇଭରସିଟି ଆଣ୍ଡ ଓ୍ଵାଇଲଡଲାଇଫ କଂଜରଭେସନ, ଯୋଗା ଆଣ୍ଡ ନେଚୁରୋଥେରାପି, ବାୟୋ ଇନଫରମେଟିକ୍ସ, ବାୟୋ ଟେକ୍ନୋଲୋଜୀ ୨୨ରେ ଓମ୍ୟାନ ଷ୍ଟଡିଜ, ଇଲେକଟ୍ରୋନିକ ସାଇନ୍ସ, ସାଇକୋଲୋଜୀ ପରୀକ୍ଷା ହେବ।
/sambad/media/post_attachments/wp-content/uploads/2020/09/30633-Advertisement-for-PG-Entrance-Timeline-3-724x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/entrance-exam-1024x711.jpg)