ସେପ୍ଟେମ୍ବର ୩୦ରୁ ବିଶ୍ବବିଦ୍ୟାଳୟସ୍ତରୀୟ ଏକକ ପ୍ରବେଶିକା ପରୀକ୍ଷା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୦

ଭୁବନେଶ୍ୱର:   ଏଣିକି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜର ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୦ରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଗଷ୍ଟ ୧୨ରୁ ୩୧ ତାରିଖ ଭିତରେ ଅନଲାଇନରେ ଆବେଦନ କରି ପାରିବେ।

ଏହି ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ଅନୁଷ୍ଠିତ ହେବ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏହି ଏକକ ପରୀକ୍ଷା ହେବ। ଅଗଷ୍ଟ ୧୨ରୁ କମନ ଆପ୍ଳିକେସନ୍‌ ଫର୍ମ  ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମର ୱେସାଇଟ୍  www.samsodisha.gov.inରେ ଉପଲବ୍ଧ ହେବ। ଏଥିଲାଗି ଆବେଦନ ଶେଷ ତାରିଖ ଅଗଷ୍ଟ ୩୧ ରହିଛି। ସେହିପରି ସେପ୍ଟେମ୍ବର ୨୦ରେ ପରୀକ୍ଷା ଲାଗି ହଲ ଟିକେଟ ଉପଲବ୍ଧ ହେବ।

 

ଅକ୍ଟୋବର ୨୫ରେ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୦ର  ମେରିଟ ଲିଷ୍ଟ ପ୍ରକାଶ ପାଇବ। ଡିସେମ୍ବର ପହିଲାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଯିବ ବୋଲି ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର