କଟକ: ଏସସିବି ମେଡିକାଲଠାରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚାଲିଛି। ନିଟ୍ ପିଜି କାଉନସେଲିଂରେ ଅହେତୁକ ବିଳମ୍ବକୁ ପ୍ରତିବାଦ କରି ଫୋରଡାସ ଓ ଫିଆମାକୁ ସମର୍ଥନ କରି ପିଜି ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ଛାତ୍ର। କାର୍ଯ୍ୟ ବନ୍ଦ ଯୋଗୁ ଏସସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବ୍ୟାହତ ହୋଇଛି।
ନିଟ୍ ପିଜି ୨୦୨୧ ଛାତ୍ରଛାତ୍ରୀ ଆଡ଼ମିସନ କରିବାରୁ ବଞ୍ଚିତ ରହିଥିବାବେଳେ ଚଳିତବର୍ଷ ପାଇଁ ଆଡ଼ମିସନ ତାରିଖ ପ୍ରକାଶ ପାଇଛି। ଏନେଇ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଜାନୁଆରୀ ୬ ତାରିଖରେ ରହିଛି। ୪୩୨ ଜଣ ପିଜି ଛାତ୍ରଛାତ୍ରୀ ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Untitled-15.png)