ଗ୍ୟାଙ୍ଗ୍‌ଷ୍ଟର‌୍‌ ସକିଲ୍‌ ଗ୍ୟାଙ୍ଗ୍‌ରେ ପିଜି ଛାତ୍ର !

କଟକ: ଗ୍ୟାଙ୍ଗ୍‌ଷ୍ଟର‌୍‌ ସକିଲ୍‌ ଗ୍ୟାଙ୍ଗ୍‌ରେ ସାମିଲ ଥିବା ରେଭେନ୍ସା ବିଶ୍ବବିଦ୍ୟାଳୟର ଜଣେ ପିଜି ଛାତ୍ରକୁ ପୁଲିସ ଗିରଫ କରିଛି। ପୂର୍ବରୁ ଏହି ଗ୍ୟାଙ୍ଗରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ କଟକ ସିଟି କଲେଜର ଜଣେ ନାବାଳକ ଛାତ୍ରକୁ ଗିରଫ କରିଥିବା ବେଳେ ଅପରାଧୀ ଗ୍ୟାଙ୍ଗରେ ଏଭଳି କଲେଜ ଛାତ୍ରଙ୍କ ସଂପୃକ୍ତି ଘଟଣା ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଗିରଫ ଛାତ୍ର ‌େହଲେ, ଡି.ସୂର୍ଯ୍ୟ ପ୍ରକାଶ ତାଣ୍ତି(୨୪। ଗ୍ୟାଙ୍ଗ୍‌ଷ୍ଟାର୍‌ ସକିଲ୍‌ର ଜଣେ ଦୁର୍ଦ୍ଦାନ୍ତ ସହଯୋଗୀକୁ ଲୁଚାଇ ରଖିବା ଅଭିଯୋଗରେ ରେଭେନ୍ସା ହଷ୍ଟେଲ୍‌ରୁ ଦରଘାବଜା ଥାନା ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ରେଭେନ୍ସାରେ ପିଜି କରୁଥିବା ଡି.ସୂର୍ଯ୍ୟ ପ୍ରକାଶ ତାଣ୍ତିର ଗାଁ ବଡ଼କେନ୍ଦୁଗୁଡ଼ା ଘରେ ସକିଲର ସହଯୋଗୀ ବରୁଣ ଗଲା ଏକ ସପ୍ତାହ କାଳ ଲୁଚି ରହିଥିଲା। ସକିଲ୍‌ ଜେଲ୍‌ ଯିବା ପରେ ବରୁଣ ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହିତ ମିଶି ସହରରେ ବଟି ଆଦାୟ ଏବ˚ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ କଳାପରେ ସାମିଲ ଥିଲା। ବରୁଣକୁ ଧରିବା ପାଇଁ ପୁଲିସ୍‌ ସୂର୍ଯ୍ୟପ୍ରକାଶଙ୍କ ଘରେ ଚଢ଼ଉ କରିଥିଲା। ମାତ୍ର, ବରୁଣ କେଉଁଆଡ଼େ ଫେରାର୍‌ ହୋଇଯାଇଥିଲାବେଳେ ସୂର୍ଯ୍ୟପ୍ରକାଶ ଧରାପଡ଼ିଯାଇଥିଲେ।

ପ୍ରକାଶଥାଉକି, ଡିସେମ୍ବର ୧୨ ତାରିଖରେ ଆନନ୍ଦ ସ୍ପୋର୍ଟସ୍‌ର ମାଲିକ ଯୋଗେଶ ଅଗ୍ରଵାଲଙ୍କୁ ଗ୍ୟାଙ୍ଗଷ୍ଟର‌୍‌ ସକିଲ୍‌ ଜେଲ୍‌ ଭିତରୁ ଫୋନ୍‌ କରି ୧୦ ଲକ୍ଷ ଟଙ୍କା ବଟି ମାଗିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ପୁଲିସ ଗିରଫ କରିସାରିଲାଣି। ଏମାନଙ୍କ ଗିରଫଦାରୀ ପରେ ବରୁଣ ସମେତ ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀ କଟକ ଛାଡ଼ି ଫେରାର ହୋଇଯାଇଥିଲେ। ବରୁଣ କଳାହାଣ୍ତିରେ ଲୁଚିଥିବା ମୋବାଇଲ୍‌ ଟ୍ରାକି˚ରୁ ପୁଲିସ ଖବର ପାଇବାରୁ ସେହି ଆଧାରରେ ଡି. ସୂର୍ଯ୍ୟ ପ୍ରକାଶକୁ ଗିରଫ କରିଛି। ନଭେମ୍ବର ମାସରେ ସଦର ଥାନା ପୁଲିସ ସକିଲ୍‌ ଗ୍ୟାଙ୍ଗ୍‌ ପାଇଁ କାମ କରୁଥିବା ସିଟି କଲେଜ୍‌ର ଜଣେ ଯୁକ୍ତ ଦୁଇ ନାବାଳକ ଛାତ୍ରକୁ ବି ଗିରଫ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର