ଲକଡାଉନ୍‌ ଆଣିଦେଲା ଅନ୍ତର୍ନିହିତ ଗୁଣ, ବିନା ତାଲିମରେ ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଆଶୁତୋଷ

ମାଲକାନଗିରି: କରୋନା ମହାମାରି ଯୋଗୁଁ ସାରା ଦେଶ, ରାଜ୍ୟ ୯ ମାସ ଧରି ଲକଡାଉନରେ ରହିଥିଲା। ଲକଡାଉନ ଯୋଗୁଁ ବହୁ ଲୋକଙ୍କର କ୍ଷତି ହୋଇଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ଆଶୀର୍ବାଦ ମଧ୍ୟ ହୋଇଥିଲା। ସେମାନଙ୍କ ମଧ୍ୟରୁ ମାଲକାନଗିରି ସଦର ମହକୁମାର ମେଡିକାଲ ଛକ ନିକଟରେ ରହୁଥିବା ଆଶୁତୋଷ ପ୍ରହରାଜ ମଧ୍ୟ ଆଶୀର୍ବାଦର ପାଇବାର ପାତ୍ର ହୋଇପାରିଛନ୍ତି ।

ଆଶୁତୋଷ ଜଣେ ସ୍ନାତକୋତ୍ତର ଛାତ୍ର। ସେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଉଦ୍ୟାନ ବିଭାଗରେ ପାଠ ପଢୁଛନ୍ତି। ଲକଡାଉନ ଯୋଗୁଁ ସେ ଘରକୁ ଫେରିଥିଲେ। ତେବେ ଘରେ ରହିବା ବେଳେ ନିଜର ପାଠ ପଢିବା ସହ ଅନ୍ତର୍ନିହିତ ଗୁଣକୁ ପଦାକୁ ଆଣିଥିଲେ। ମାଲକାନଗିରିରେ ମିଳୁଥିବା ଆର୍ଟ ଏବଂ କ୍ରାଫ୍ଟକୁ ବିନିଯୋଗ କରି ଘରେ ଧଳା କାଗଜରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥିଲେ, ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଚିତ୍ର ଆଙ୍କିବା ନେଇ କୌଣସି ତାଲିମ ନେଇନଥିବା ବେଳେ ଏଭଳି ସନ୍ଦୁର ଚତ୍ର ଆଙ୍କିବା ଦେଖି ଲୋକେ ଆଚମ୍ବିତ ହେଉଥିଲେ। ଲୋକେ ତାଂକୁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବା ପାଇଁ ପ୍ରେରଣା ଦେଇଥିଲେ। ଫଳରେ ସେ ଆହୁରି ଅନେକ ଚିତ୍ରକୁ ଜୀବନ କରି ଆଙ୍କିଥିଲେ।

ଆଶୁତୋଷଙ୍କ କହିବା ଅନୁଯାୟୀ ସେ ଲକଡାଉନକୁ ଆଶୀର୍ବାବା ବୋଲି କହିଛନ୍ତି। ପିଲାଟି ଦିନରୁ ସେ ଚିତ୍ର ଆଙ୍କିବାକୁ ଭଲ ପାଉଥିଲେ ମଧ୍ୟ ସେ ଏହି ସୁଯୋଗ କେବେ ପାଇପାରିନଥିଲେ।ମାଲକାନଗିରିରେ ଚିତ୍ରକଳା ଶିକ୍ଷାଦାନ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବହୁ ପିଲା ନିଜର ଇଛାକୁ ପୂରଣ କରିପାରୁନଥିବା କୁହାଯାଇଛି। ସରକାରଙ୍କ ତରଫରୁ ଜିଲ୍ଲାରେ ଆର୍ଟ ଏବଂ କ୍ରାଫ୍ଟ ବିଦ୍ୟାଳୟ ଖୋଲିବା ନେଇ ଦାବି ହୋଇଛି।ଆଶୁତୋଷଙ୍କ ଜୀବନ୍ତ ଚିତ୍ରଗୁଡିକ ଦେଖିଲେ ଯେ କେହି ବି କିଛି କ୍ଷଣି ଅଟକି ପ୍ରଶଂସା କରି ରହିପାରିବ ନାହିଁ।

ତେବେ ସରକାରଙ୍କର ସହଯୋଗ ହେଲେ ଆଶୁତୋଷ ଆହୁରି ଆଗେଇ ପାରିବେ ବୋଲି ପରିବାର ଲୋକେ କହନ୍ତି। ନିଜର ପାଠ ଉଦ୍ୟାନ ବିଭାଗର ହୋଇଥିଲେ ମଧ୍ୟ ଚିତ୍ରକଳାକୁ ସେ ବେଶ ପସନ୍ଦ କରନ୍ତି। ସେଥିପାଇଁ ପରିବାର ଲୋକେ ମଧ୍ୟ ତାଂକୁ ଉତ୍ସାହିତ କରୁଛନ୍ତି। ଯେଉଁ ଚିତ୍ର ଦେଖାଇଲେ ଆଶୁତୋଷ ସେହି ଚିତ୍ରଗୁଡିକୁ ଅବିକଳ ଆଙ୍କି ଦେଉଛନ୍ତି। ଜିଲ୍ଲାରେ କେବଳ ଆଶୁତୋଷ ହିଁ ନୁହେଁ ବହୁ ଗୁଣବାନ ଚିତ୍ରଶିଳ୍ପୀ ଲୁକାୟତ ଅବସ୍ଥାରେ ରହିଯାଇଛନ୍ତି। ଯାହାଙ୍କୁ ଏବେ ପଦାକୁ ଆଣିବାର ସମୟ ଆସିଛି। ସରକାର ଏମାନଙ୍କୁ ପ୍ରତ୍ସାହନ ଦେଲେ ଏମାନେ ଆଗେଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର