ଫାର୍ମାସିଷ୍ଟଙ୍କୁ ଦିଆଯିବ ‌ତାଲିମ

ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲ ଓ ଓପିଆଇଏଫ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ବର : ବିଆର ଲାଇଫ୍‌ କଳିଙ୍ଗ ହସ୍ପିଟାଲ ଓ ଓଡ଼ିଶା ଫାର୍ମାସି ଇଣ୍ଟେଲେକଚୁଆଲ ଫୋରମ୍ ବା ଓପିଆଇଏଫ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ କଳିଙ୍ଗ ହସ୍ପିଟାଲ ଓ ଓପିଆଇଏଫ୍ ମିଳିତଭାବେ ରାଜ୍ୟ‌ର ଫାର୍ମାସିଷ୍ଟମାନଙ୍କୁ ତାଲିମ୍ ପ୍ରଦାନ କରିବେ। ଏହାସହ ଫାର୍ମାସିଷ୍ଟମାନେ ଆଜିର ସମୟରେ ଉଦ୍ୟୋଗ ପାଇଁ ଆବଶ୍ୟକ ଦକ୍ଷତା ହାସଲ କରିପାରିବେ। ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ ୟୁନିଟ୍‌ ମୁଖ୍ୟ ଡା.ଆଲୋକ ଲୋଧ ଓ ଓପିଆଇଏଫ୍‌ର ଅଧ୍ୟକ୍ଷ ଡା.ଶୃତିରଂଜନ ମିଶ୍ରଙ୍କ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଗୁଣାତ୍ମକ ଓ ବ୍ୟୟସାପେକ୍ଷ ସ୍ବାସ୍ଥ୍ୟସେବା ପାଇବା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ରାଜ୍ୟର ଦୁର୍ଗମ ଅଞ୍ଚଳରେ ମଧ୍ୟ ସ୍ବାସ୍ଥ୍ୟସେବା ପହଞ୍ଚିବା ଆବଶ୍ୟକ। ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ ଓ ଓପିଆଇଏଫ୍‌ ମଧ୍ୟରେ ହୋଇଥିବା ଚୁକ୍ତି ଦ୍ବାରା ରାଜ୍ୟରେ କମ୍‌ ମୂଲ୍ୟରେ ସ୍ବାସ୍ଥ୍ୟସେବା ମିଳିବାରେ ସହାୟକ ହେବ ବୋଲି ହସ୍ପିଟାଲ ୟୁନିଟ୍ ମୁଖ୍ୟ ଡା.ଆଲୋକ ଲୋଧ୍‌ କହିଛନ୍ତି। ପୂର୍ବରୁ ରାଜ୍ୟର ବ୍ରହ୍ମପୁର, ସମ୍ବଲପୁର ଓ କଟକ-ଭୁବନେଶ୍ବର ଜୋନ୍‌ରେ ୯୦ରୁ ଅଧିକ ଫାର୍ମାସ୍ୟୁଟିକାଲ ୟୁନିଟ୍ ରହିଥିଲା। ମାତ୍ର ଏବେ ୫/୬ଟି ୟୁନିଟ୍ କାର୍ଯ୍ୟ କରୁଛି। ଅନ୍ୟ ସମସ୍ତ ୟୁନିଟ୍ ବନ୍ଦ ହୋଇଯାଇଛି। ତେଣୁ ଅଧିକରୁ ଅଧିକ ଫାର୍ମାସ୍ୟୁଟିକାଲ ୟୁନିଟ୍‌ଗୁଡ଼ିକୁ ଆମନ୍ତ୍ରଣ କରାଯିବା ଦରକାର ବୋଲି ଓପିଆଇଏଫ୍‌ର ଅଧ୍ୟକ୍ଷ ଡା.ଶୃତିରଂଜନ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର