ଜୟପୁର: ଚଳିତ ବର୍ଷ ଫାର୍ମାସୀ ପାଠ୍ୟକ୍ରମ ବି.ଫାର୍ମା, ଡି.ଫାର୍ମା, ଏମ.ଫାର୍ମାରେ ନାମ ଲେଖା ପ୍ରକ୍ରିୟା ଏ ଯାଏଁ ଆରମ୍ଭ ହୋଇନି। ଗତ ମେ ମାସରେ ଛାତ୍ରଛାତ୍ରୀ ମାନେ ଓଜେଇଇ -୨୦୨୩ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାର ପରୀକ୍ଷାଫଳ ବି ପ୍ରକାଶିତ ହୋଇଥିଲେ ହେଁ ପିଲା ମାନେ  ଫାର୍ମାସୀରେ ପଢ଼ିବାକୁ ଚାହୁଁଥିବା ବେଳେ ଏ ଯାଏଁ ଆଡମିସନ୍ ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଳି ହୋଇଯାଇଛି।

Advertisment

ସୂଚନା ଅନୁଯାୟୀ, ସଂପ୍ରତି ଅଭିବାଭକ ମାନେ ନିଜ ପିଲାଙ୍କୁ ଚିରାଚରିତ ପାଠ୍ୟକ୍ରମ ପଢ଼ାଇବା ବଦଳରେ ବୃତ୍ତିଗତ /ଧନ୍ଦାମୂଳକ ପାଠ୍ୟକ୍ରମ ପଢ଼ାଇବାକୁ ଚାହୁଁଛନ୍ତି। ସେଭଳି  ଛାତ୍ରଛାତ୍ରୀ ମାନେ ମଧ୍ୟ ଏଭଳି ପାଠ୍ୟକ୍ରମ ପ୍ରତି ଅଧିକା ଅଗ୍ରହ ଦେଖାଉଛନ୍ତି। ଏହି କ୍ରମରେ ଛାତ୍ରଛାତ୍ରୀ ମାନେ ଓଜେଇଇ -୨୦୨୩ପରୀକ୍ଷା ଫାର୍ମସୀର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବାକୁ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କାଉନସିଲିଂ ଆବେଦନ କରି କଲେଜ ଗୁଡିକରେ ନାଁ ଲେଖାଇ ପଢ଼ିବେ ବୋଲି ଆଶା କରିଥିଲେ। ତେବେ ରାଜ୍ୟ ସରକାର ଏଯାଏଁ କିଛି ପଦକ୍ଷେପ ନେଇ ନାହିଁ। ଅପରପକ୍ଷରେ ସ୍ବାସ୍ଥ୍ୟ ସଂପର୍କୀତ ମହାବିଦ୍ୟାଳୟ ଗୁଡିକୁ ରାଜ୍ୟ ସରକାର ନୂଆରେ ଆରମ୍ଭ କରିବାକୁ ଘୋଷଣା କରିଥିବା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଅଧିନରେ ରଖିଛନ୍ତି। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ବି କିଛି ଅଗ୍ରଗତି ହୋଇନଥିବାରୁ ଏହି ଶିକ୍ଷାବର୍ଷ ଫାର୍ମସୀ ପଢ଼ିବାକୁ ଚାହୁଁଥିବା ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ଠେଲି ହୋଇ ଯିବ ନାହିଁ ତ ବୋଲି ଅଭିଭାବକ ଓଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିଛନ୍ତି। ଅପର ପକ୍ଷରେ ସେଂଚୁରିଆନ୍ ବିଶ୍ବବିଦ୍ୟାଳୟରେ ଆଡମିସନ୍ ପ୍ରକ୍ରିୟା ସରିବା ସହ ୩ମାସ ହେବ ପାଠ ପଢ଼ା ଆରମ୍ଭ ହୋଇ ସାରିଲାଣି। ସ୍ବାସ୍ଥ୍ୟ ଯତ୍ନ ପଦ୍ଧତି ତଥା ପାରା କର୍ମଚାରୀ ବହୁଳ ପରିମାଣର ଓଡିଶା ତଥା ଅଭିବକ୍ତ କୋରାପୁଟ ଜିଲ୍ଲା ପାଇଁ ଆବଶ୍ୟକତା ରହିଥିବା ବେଳେ ରାଜ୍ୟସରକାର କାହିଁକି ଓ କେଉଁ ପରିସ୍ଥିତିରେ  ଏଭଳି ଜରୁରୀ ପାଠ୍ୟକ୍ରମକୁ ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରୁ ନାହାନ୍ତି ତାହାକୁ ନେଇ ଅଭିଭାବକ ଓଛାତ୍ରଛାତ୍ରୀ ମାନେ ପ୍ରଶ୍ନ ଉଠାଇଛନ୍ତି। ବହୁ ଛାତ୍ରଛାତ୍ରୀ  ଆଜି କିମ୍ବା କାଲି ଫାର୍ମାସୀରେ ନାଁ ଲେଖା ହେବ ବୋଲି ଅପେକ୍ଷା କରି ରହିଥିବା ବେଳେ ସେମାନେ ଏବେ ଚିନ୍ତାରେ ପଢ଼ିଛନ୍ତି। ଲୋକ ପ୍ରତିନିଧି, ସାଂସଦ, ବିଧାୟକ ଓ ରାଜ୍ୟସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଏଭଳି ବୃତ୍ତିଗତ ପାଠ୍ୟକ୍ରମ ଆରମ୍ଭ କରିବାକୁ ସବୁ ସରକାରୀ ଓ ବେସରକାରୀ କଲେଜ ଗୁଡିକୁ ସ୍ବୀକୃତି ପ୍ରଦାନ କରିବାକୁ ଅଭିବାଭକ ଓଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି।