ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତିରେ ନିର୍ଦ୍ଦିଷ୍ଟ ସେବା ଯୋଗାଇବେ ଫାର୍ମାସିଷ୍ଟ

ଭୁବନେଶ୍ୱର: ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟମାନେ ନିର୍ଦ୍ଦିଷ୍ଟ ଚିକିତ୍ସା ସେବା ଯୋଗାଇପାରିବେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଫାର୍ମାସିଷ୍ଟମାନେ ଡାକ୍ତରଙ୍କ ଅନୁପସ୍ଥିତିରେ କେଉଁ କେଉଁ ରୋଗର ଚିକିତ୍ସା କରିପାରିବେ ଓ କେଉଁ କେଉଁ ଔଷଧ ଦେଇପାରିବେ ତାହାର ଏକ ତାଲିକା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ରାଜ୍ୟର ବହୁ ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟମାନେ ଚିକିତ୍ସା କରୁଥିବା ଘଟଣା ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷୀରେ ସରକାର ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟ ପରିସରକୁ ନିର୍ଦ୍ଦିଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର