ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଡ୍ରାଏ ରନ୍: ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦ ଜଣଙ୍କୁ ଦିଆଗଲା ଟିକା

ଭୁବନେଶ୍ୱର: ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଡ୍ରାଏରନ୍ । ନୟାପଲ୍ଲୀ ଆଇଆରସି ଭିଲେଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲା ଡ୍ରାଏରନ । ବିଏମସି କମିସନରଙ୍କ ଉପସ୍ଥିତିରେ ହେଲା ଟିକାକରଣ । ୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଦିଆଗଲା ଟିକା । ମେ’ ୧ରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା । କାରଣ ରାଜ୍ୟରେ ଟିକାର ଅଭାବ ଦେଖାଦେଇଥିଲା । ଗତକାଲି ରାତିରେ ଦେଢ଼ ଲକ୍ଷ ଡୋଜ କୋଭାକ୍ସିନ ଟିକା ପହଞ୍ଚିବା ପରେ ସ୍ୱାସ୍ଥ୍ୟ ବିଭାଗ କହିଥିଲା ଆଜି ସପ୍ତାହାନ୍ତ ସଟ ଡାଉନ ଥିବାରୁ କେବଳ ସାଙ୍କେତିକ ଭାବେ ଟିକାକରଣ ହେବ ।

ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ସରକାର ଟିକାକରଣ ଉପରେ ବେଶ ଗୁରୁତ୍ବ ଦେଉଛନ୍ତି। ଏହା ସହ କରୋନା କଟକଣାକୁ ମଧ୍ୟ କଡ଼ାକଡ଼ି କରାଯାଉଛି। ଏମଧ୍ୟରେ ଆଜି ରାଜ୍ୟରେ ୧୦ ହଜାର ଅତିକ୍ରମ କରିଛି ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୮୭ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୨୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୮ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର